
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ। ଓୟୁଏସଏସଏସସି ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଶ୍ନପତ୍ର ଲିକ୍ ପାଇଁ ବଂଚିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ବୟସ ଅତିକ୍ରମ ହୋଇଯାଇଥିଲେ ବି ପରୀକ୍ଷା ଦେଇ ପାରିବେ। ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତନ ହେବନି। ପରୀକ୍ଷା ପାଟର୍ଣ୍ଣ, ସିଲାବସ୍ ରେ କୌଣସି ପ୍ରକାର ପରିବର୍ତନ ହେବନି। ତ୍ରୁଟିଶୂନ୍ୟ ପରୀକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା