ବିଭିନ୍ନ ଦାବି ନେଇ ରାଜ୍ୟ ଡାକ୍ତର ସଂଘ ଓମ୍ସା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ
କେନ୍ଦ୍ରାପଡ଼ା, ୦୧ ଜୁଲାଇ(ହି.ସ.) – ବିଭିନ୍ନ ଦାବି ନେଇ ରାଜ୍ୟ ଡାକ୍ତର ସଂଘ ଓମ୍ ସା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଏଥିରେ କେନ୍ଦ୍ରାପଡ଼ା ଜିଲା ଓମ୍ସା ଶାଖା ମଧ୍ୟ ସାମିଲ ହୋଇଛି। ଜିଲାରେ କାର୍ଯ୍ୟରତ ଡାକ୍ତର୍ମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ
ବିଭିନ୍ନ ଦାବି ନେଇ ରାଜ୍ୟ ଡାକ୍ତର ସଂଘ ଓମ୍ ସା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ


କେନ୍ଦ୍ରାପଡ଼ା, ୦୧ ଜୁଲାଇ(ହି.ସ.) – ବିଭିନ୍ନ ଦାବି ନେଇ ରାଜ୍ୟ ଡାକ୍ତର ସଂଘ ଓମ୍ ସା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଏଥିରେ କେନ୍ଦ୍ରାପଡ଼ା ଜିଲା ଓମ୍ସା ଶାଖା ମଧ୍ୟ ସାମିଲ ହୋଇଛି। ଜିଲାରେ କାର୍ଯ୍ୟରତ ଡାକ୍ତର୍ମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ସ୍ୱଚ୍ଛ ବଦଳି ପ୍ରକ୍ରିୟା, କ୍ୟାଡର୍ ପୁନର୍ଗଠନ, ନିୟମିତ, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ଡାକ୍ତରଙ୍କ ପାଇଁ ସୁରକ୍ଷା ବୀମା ପରି ୧୦ ଗୋଟି ଦାବି ନେଇ ଡାକ୍ତରମାନେ ଧାରଣାରେ ବସିଛନ୍ତି। ତେବେ ଦାବି ପୂରଣ ନହେଲା ଯାଏ ଓଏବଂ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓମ୍ସାର ରାଜ୍ୟ ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଜିଲାରେ ଥିବା ଚୁକ୍ତିଭିତିକ, ଅବସରପ୍ରାପ୍ତ ଓ ଆୟୁଷ ଡାକ୍ତରମାନଙ୍କୁ ରୋଗୀ ସେବାରେ ନିୟୋଜିତ କରାଯାଇଛି। ଡାକ୍ତର୍ମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗୀସେବା ଆଦୌ ପ୍ରଭାବିତ ହେବ ନାହିଁ ବୋଲି କେନ୍ଦ୍ରାପଡ଼ା ଡାକ୍ତର ନମିତା ପଟ୍ଟନାୟକ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande