
ଝାରସୁଗୁଡ଼ା, ୦୧ ଜୁଲାଇ (ହି.ସ.)- ଝାରସୁଗୁଡ଼ା ସହରର ସରବାହାଲ ପୁରୁଣା ରେଳ ଫାଟକ ନିକଟରେ ବୁଧବାର ଅପରାହ୍ନରେ ମୋବାଇଲରେ କଥା ହେଉଥିବା ବେଳେ ୨୩ ବର୍ଷୀୟ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତକ ସରବାହାଲ ଅଂଚଳର ବିଶ୍ୱଜିତ ବାରିକ ବୋଲି ରେଲୱେ ପୋଲିସ ସୂତ୍ରରୁ ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ବିଶ୍ୱଜିତ ମୋବାଇଲ୍ ଫୋନରେ କଥା ହୋଇ ସରବାହାଲ ପୁରୁଣା ରେଳ ଫାଟକ ପାର ହେଉଥିଲେ। ଏହି ସମୟରେ ଏକ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କେଉଁ ଟ୍ରେନ୍ ଧକ୍କା ଦେଇଥିଲା, ସେନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ