
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ଗୃହମନ୍ତ୍ରୀ
ଅମିତ୍ ଶାହ 3 ତାରିଖ ସନ୍ଧ୍ୟାରେ
ଝାରସୁଗୁଡ଼ାରେ ପହଞ୍ଚିବେ। ସେଦିନ ରାତିରେ ଝାରସୁଗୁଡ଼ାରେ ରାତ୍ରିଯାପନ କରିବେ। ପରେ ବରଗଡ଼
ଏବଂ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟ ଏବଂ ପ୍ରକଳ୍ପର ଲୋକାର୍ପଣ କରିବେ। ପଶ୍ଚିମ ଓଡ଼ିଶାର
ଲୋକଙ୍କ ଭିତରେ ଉତ୍ସାହ ରହିଛି ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି। ସେ
କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ପେଟ୍ରୋଲିୟମ୍ ମନ୍ତ୍ରୀ ଥିଲେ
ଓଡ଼ିଶାର ବିକାଶକୁ ଗୁରୁତ୍ବ ଦେଇଥିଲେ। ବରଗଡ଼ରେ ଇଥାନଲ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀଙ୍କ
ଆଶୀର୍ବାଦରୁ କରିଥିଲେ। ଏବେ ତାହା ଶେଷ ହୋଇଛି ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଯାଉଛି।
ବରଗଡ଼ ଏବଂ ପଶ୍ଚିମ ଓଡ଼ିଶାର ଅର୍ଥନୀତିରେ ଏକ ଗତି ଆଣିବ। ଧାନ ନଡ଼ାରୁ ଇଥାନଲ ପ୍ରସ୍ତୁତ ଚାଷୀ
ପାଇଁ ମଧ୍ୟ ଏକ ଖୁସି ଆଣିଦେବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା