
ଭୁବନେଶ୍ୱର, 01 ଜୁଲାଇ (ହି.ସ.) - ବହି ତ୍ରୁଟିକୁ ନେଇ ବଡ଼ ଘୋଷଣା । ନୂଆ ବହି ଦେବେ
ସରକାର । ଏବେ ସଂଶୋଧିତ ପୁସ୍ତକ ଜରିଆରେ ପିଲା ପଢିବେ ପାଠ । ତ୍ରୁଟି ଶୁନ୍ୟ ପାଠ୍ୟ ପୁସ୍ତକ
ପାଇଁ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ମତାମତ ନିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ
ଏନ ତିରୁମାଲା ନାଏକ ସୂଚନା ଦେଇଛନ୍ତି । ଗଣଶିକ୍ଷା ବିଭାଗର ୱେବ ସାଇଟରେ ପ୍ରକାଶ କରାଯିବ ।
ସମ୍ପୂର୍ଣ୍ଣ ସଂଶୋଧନ ପରେ ନୂଆ ବହି ଯୋଗାଇ ଦେବେ ସରକାର । ଯଥା ଶୀଘ୍ର ନୂଆ ବହି ଯୋଗାଇଦେବା
ପାଇଁ ସରକାର ଚେଷ୍ଟା କରୁଛନ୍ତି । ପୁରୁଣା କମିଟି ସହ ନୂଆ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି ।
ବିଶେଷଜ୍ଞ ଏବଂ ବିଭାଗର ବରିଷ୍ଠ ଅଧିକାରୀମକୁ ମଧ୍ୟ ସାମିଲ କରାଯାଇଛି ବୋଲି ସଚିବ ସୂଚନା
ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା