ଆୟ ବହିର୍ଭୂତ ସମ୍ପତ୍ତି ମାମଲା- ଭିମସାର, ବୁର୍ଲାର ଏଷ୍ଟାବ୍ଲିସମେଂଟ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଧର ବିଶ୍ୱାଳଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ
ଭୁବନେଶ୍ୱର, 01 ଜୁଲାଇ (ହି.ସ.) - ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଭିମସାର, ବୁର୍ଲା, ସମ୍ବଲପୁରର ଏଷ୍ଟାବ୍ଲିସମେଂଟ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଧନୁର୍ଧର ବିଶ୍ୱାଳଙ୍କୁ ଗିରଫ କରିଛି। ତାଙ୍କୁ ଆଜି ସମ୍ବ
ଆୟ ବହିର୍ଭୂତ ସମ୍ପତ୍ତି     ମାମଲା- ଭିମସାର, ବୁର୍ଲାର     ଏଷ୍ଟାବ୍ଲିସମେଂଟ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଧର ବିଶ୍ୱାଳଙ୍କୁ ଗିରଫ କଲା     ଓଡ଼ିଶା ଭିଜିଲାନ୍ସ


ଭୁବନେଶ୍ୱର, 01 ଜୁଲାଇ (ହି.ସ.) - ଆୟ ବହିର୍ଭୂତ

ସମ୍ପତ୍ତି (ଡିଏ) ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଭିମସାର, ବୁର୍ଲା, ସମ୍ବଲପୁରର

ଏଷ୍ଟାବ୍ଲିସମେଂଟ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଧନୁର୍ଧର ବିଶ୍ୱାଳଙ୍କୁ ଗିରଫ

କରିଛି। ତାଙ୍କୁ ଆଜି ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ (ସ୍ପେଶାଲ୍ ଜଜ୍, ଭିଜିଲାନ୍ସ)ରେ

ହାଜର କରାଯିବ।

ଶ୍ରୀ ବିଶ୍ୱାଳଙ୍କ ବିଭିନ୍ନ

ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ତଲାସି କରାଯିବା ପରେ ତାଙ୍କ ନିକଟରୁ ବିପୁଳ

ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ୨ଟି କୋଠା (ଯାହା ମଧ୍ୟରୁ ଗୋଟିଏ ୧,୭୦୦

ବର୍ଗଫୁଟ୍ ବିଶିଷ୍ଟ ବହୁତଳ କୋଠା), ୩୨ଟି ମୂଲ୍ୟବାନ ପ୍ଲଟ୍, ୧୯.୭୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ, ୮୩.୦୫

ଗ୍ରାମ ସୁନା, ୩୯ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଜମା, ୨ଟି

ହାଇଭା ଟ୍ରକ୍,୨ଟି ଟ୍ରାକ୍ଟର, ୧ଟି ଚାରିଚକିଆ ଗାଡ଼ି ଏବଂ ଅନ୍ୟାନ୍ୟ ସମ୍ପତ୍ତି ଠାବ କରାଯାଇଛି । ଏହି

ସମ୍ପତ୍ତିଗୁଡ଼ିକର ବୈଧ ଉତ୍ସ ସମ୍ପର୍କରେ ଶ୍ରୀ ବିଶ୍ୱାଳ ସନ୍ତୋଷଜନକ ସ୍ପଷ୍ଟୀକରଣ

ଦେଇପାରିନଥିବା ଭିଜିଲାନ୍ସ କହିଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଭିଜିଲାନ୍ସ

ପି.ଏସ୍. କେସ୍ ନଂ. ୦୯/୨୦୨୬ ରୁଜୁ କରାଯାଇଛି। ଶ୍ରୀ ଧନୁର୍ଧର ବିଶ୍ୱାଳଙ୍କ ବିରୋଧରେ

ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଭିଜିଲାନ୍ସର

ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande