
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ‘ଜାତୀୟ ଡାକ୍ତର
ଦିବସ’ର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ସେ କହିଛନ୍ତି ଯେ, ଜାତୀୟ ଡାକ୍ତର ଦିବସ ଅବସରରେ, ଆମେ ସେହି ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟସେବା ପେଶାଜୀବୀଙ୍କ ପ୍ରତି
ଆମର ହୃଦୟର ଗଭୀର କୃତଜ୍ଞତା ଜଣାଉଛୁ, ଯେଉଁମାନଙ୍କର ନିଷ୍ଠା, ସହାନୁଭୂତି
ଓ ନିଃସ୍ୱାର୍ଥପର ସେବା ପ୍ରତିଦିନ ଅସଂଖ୍ୟ ଜୀବନକୁ ସୁରକ୍ଷିତ କରୁଛି। ମାନବତା ପ୍ରତି
ସେମାନଙ୍କର ଅତୁଟ ସମର୍ପଣ ଆମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା