
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ପୂର୍ବତନ
ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କୟା
ନାଇଡୁଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ଜନସେବା ପ୍ରତି ଆପଣଙ୍କର ଦୀର୍ଘ ଦଶକର ସମର୍ପଣ, ଦୂରଦର୍ଶୀ ନେତୃତ୍ୱ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି
ଆପଣଙ୍କର ଅତୁଟ ନିଷ୍ଠା ପିଢ଼ି ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ପ୍ରଭୁଙ୍କ ନିକଟରେ
ଆପଣଙ୍କର ସୁସ୍ୱାସ୍ଥ୍ୟ, ସୁଖ, ଶାନ୍ତି ଏବଂ ଦୀର୍ଘ, ସମୃଦ୍ଧ
ଓ ପରିପୂର୍ଣ୍ଣ ଜୀବନ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା