ସାମ୍ବାଦିକ ପେଷାରେ ସାହାଣମେଲା ପ୍ରବେଶ ରଥଯାତ୍ରା ପାଇଁ ସାମ୍ବାଦିକ ମାଳ ମାଳ
ପୁରୀ, ୦୧ ଜୁଲାଇ (ହି.ସ.) - ସାମ୍ବାଦିକମାନଙ୍କ ପ୍ରତି ସାଧାରଣ ଜନତା ଙ୍କ ସ୍ନେହ, ଆଦର, ସମ୍ମାନ ରହିଥିଲା। ଆଜିକାଲି ଏହି ପେଷା ଓ ବୃତିରେ ଅନେକ ଅନାମଧେୟ, ଅଭିଯୁକ୍ତ ଅପରାଧୀ, ବାହୁବଳୀ, ତୁଣ୍ଡୁଗୁଣ୍ଡାମୀ ବ୍ୟକ୍ତି, ଚୋରା କାଠ ବେପାରି, ବିଲଡର, ଜମି ମାଫିଆ, ଗାମୁଛା ବେପାରି, ଅଦା ବେପାରି, ଶବ୍ଦ
ସାମ୍ବାଦିକ ପେଷାରେ ସାହାଣମେଲା ପ୍ରବେଶ ରଥଯାତ୍ରା ପାଇଁ ସାମ୍ବାଦିକ ମାଳ ମାଳ


ପୁରୀ, ୦୧ ଜୁଲାଇ (ହି.ସ.) - ସାମ୍ବାଦିକମାନଙ୍କ ପ୍ରତି ସାଧାରଣ ଜନତା ଙ୍କ ସ୍ନେହ, ଆଦର, ସମ୍ମାନ ରହିଥିଲା। ଆଜିକାଲି ଏହି ପେଷା ଓ ବୃତିରେ ଅନେକ ଅନାମଧେୟ, ଅଭିଯୁକ୍ତ ଅପରାଧୀ, ବାହୁବଳୀ, ତୁଣ୍ଡୁଗୁଣ୍ଡାମୀ ବ୍ୟକ୍ତି, ଚୋରା କାଠ ବେପାରି, ବିଲଡର, ଜମି ମାଫିଆ, ଗାମୁଛା ବେପାରି, ଅଦା ବେପାରି, ଶବ୍ଦ ମାତ୍ରା ଭୁଲ ଲେଖୁଥିବା ବ୍ୟକ୍ତି, ଠିକାଦାର, ଗାଡ଼ିହକର, ଡ୍ରାଇଭର, ସାହିଗୁଣ୍ଡୁଲି, ଟାୟାର ପମ୍ପଚର କାମ କରୁଥିବା ବ୍ୟକ୍ତି, କାଠଅଡା ରେ ରଞ୍ଜା ଭିଡୁଥିବା ବ୍ୟକ୍ତି, ବାଲି ଗୋଡି ମାଫିଆ, ନିଶାବେପାରୀ, ଘରୋଇ ଟ୍ୟୁସନ କରୁଥିବା ବ୍ୟକ୍ତି, ନିଉଜ ଲେଖି ପାରୁନଥିବା ବ୍ୟକ୍ତି ନିଜକୁ ନ୍ୟୁଜ ଏଡିଟର ବୋଲାଇ ଏହି ପେଷାରେ ସାହାଣ ମେଲା ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ହିନ୍ଦୀ, ଇଂରାଜୀ ଲେଖି ପାରୁନାହାଁନ୍ତି ସେହି କାଗଜରେ ସମ୍ବାଦଦାତା ରହିଛନ୍ତି ଏଭଳି ଅନେକ ଛଦ୍ମବେଶୀ ସାମ୍ବାଦିକ ସହରରେ ବୁଲୁଛନ୍ତି । ଚଳିତ ରଥଯାତ୍ରା ପାଇଁ ୧୦୦ରୁ ଉର୍ଦ୍ଧ୍ୱ ରଥୁଆ ସାମ୍ବାଦିକ କର୍ଡନ ପାସ ହାତେଇବା ପାଇଁ ନକଲି ଚିଠି ଓ ନକଲି ପ୍ରେସ ପରିଚୟପତ୍ର କମ୍ପୁଟରରେ ତିଆରି କରି ପାସ ହାତେଇବା ପାଇଁ ଯୋଜନା କରୁଥିବା ଭିତିରି ସୁତ୍ରରୁ ଆଭାସ ମିଳିଛି । ରାଜ୍ୟରେ କିଛି ସାମ୍ବାଦିକ ସଂଘ ନାମରେ ୧୨ ମାସରେ ୨୨ ଉତ୍ସବ କରି ତିରିଶି ଟଙ୍କିଆ ମାନପତ୍ର, ପଚାଶ ଟଙ୍କିଆ ଗାମୁଛା ଓ ଫୁଲତୋଡ଼ା ଦେଇ ଦୁଇ ହଜାର ଟଙ୍କା ରୁ ଉର୍ଦ୍ଧ ଟଙ୍କା ଅଂଟିକୁ ନେଉଥିବା ଅଭିଯୋଗ ହେଉଛି । ମାନପତ୍ର, ଫୁଲତୋଡା, ଉପଢୌକନ ହୋମ ଡେଲିଭରି ଅଫିସ ଡେଲିଭରି ହେବା ପରି ତାଙ୍କ ଦୁଆରମୁହଁ ଓ କାର୍ଯ୍ୟାଳୟରେ ରହି ଫଟୋ ଉଠାଇ ସଂପର୍କ ବଢାଇବା ସହ ହାତ ଚିକ୍କଣ କରୁଥିବା ଚର୍ଚ୍ଚା ହେଉଛି । ଯେଉଁମାନଙ୍କର ଖାତା ଖତିୟାନ ନାହିଁ, ହେଲଥ କାର୍ଡ ନାହିଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ ହୋଇନାହିଁ, ଅଦାବେପାରି, କାଠ ବେପାରି, ମୋବାଇଲ ରିପାରିଙ୍ଗ ଆଦି ବେସାମ୍ବାଦିକ ବୃତିରେ ଅଛନ୍ତି ସେମାନେ ସଂଘ ନାମରେ ଭିଟାମିନ ଏମ ଆଦାୟ କରୁଥିବା ଅଭିଯୋଗ ହେଉଛି । ଲୋକମାନଙ୍କ ସମସ୍ୟାକୁ ପ୍ରାଧାନ୍ୟ ନଦେଇ ଟଙ୍କା କେଉଁଠୁ ମିଳିବ ସେ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । କିଛି ସାମ୍ବାଦିକ ନାମରେ ନୂଆ କୋଠା କେଉଁଠି ହେଉଛି ତାରି ସନ୍ଧାନରେ ବୁଲୁଛନ୍ତି । ଆରଟିଆଇରେ କାଗଜ ପତ୍ର ମାଗି ବେନାମୀ ନିର୍ମାଣ ପାଇଁ ମୋଟା ମାଲ ମାଗିବା ସହ ମାସିକିଆ ଦେୟ ଫିକ୍ସ କରୁଥିବା ଶୁଣିବାକୁ ମିଳୁଛି । ଯେଉଁ କୋଠା ମାଲିକ ମାଲ ନଦେଲା ତା ଖବର ଆଇ ଆଣ୍ଡ ପିଆରଓ ଆଫ୍ରୁଭ ହୋଇନଥିବା ଖବର କାଗଜରେ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଗଣମାଧ୍ୟମ ଗଣଙ୍କ ସମସ୍ୟାକୁ ନଦେଖି ଟଙ୍କା ମାଧ୍ୟମ ପାଲଟିବା ଥିବା କୁହାଯାଉଛି । କିଛି ଅନାମଧେୟ ୱେବ ଚାନେଲ , ୟୁଟୁବରେ ରିଲିସ୍ ପକାଉଥିବା ବ୍ୟକ୍ତି ମାନେ ନିଜକୁ ସାମ୍ବାଦିକ କହି ମାଳ ମାଳ ସଂଖ୍ୟାରେ ବୁଲୁଥିବା ଦେଖିବାକୁ ମିଳୁଛି । ସର୍ବ ସାଧାରଣଙ୍କ ଖବର ପ୍ରଚାର ପ୍ରସାର କରିବା ପାଇଁ ବୈଧ୍ୟ ସାଟିର୍ଫିକେଟ ନଥାଇ ସାମାଜିକ ଗଣମାଧ୍ୟମ ଫେସବୁକ,ୟୁଟ୍ୟବ, ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଖବର ପ୍ରସାରଣ କରି ନିଜକୁ ସାମ୍ବାଦିକ କହି ବିଭିନ୍ନ ସରକାରୀ ଓ ଘରୋଇ ଅଫିସରେ ଚାନ୍ଦା ମାଗୁଥିବା ଅଭିଯୋଗ ହେଉଛି । ବିଗତ ରଥଯାତ୍ରା ସମୟରେ ସାମ୍ବାଦିକଙ୍କ ନାମରେ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ଶତାଧିକ ବ୍ୟକ୍ତି ରଥ କର୍ଡନ ଭିତରେ ରହି ଜାମ କରିବାରୁ ରଥଟଣା ବିଳମ୍ବିତ ହୋଇଥିବା ପରିଲକ୍ଷିତ ହୋଇଥିଲା । ଚଳିତବର୍ଷ ରଥଯାତ୍ରା ପାଇଁ ସାମ୍ବାଦିକଙ୍କ ନାମ,ଠିକଣା ମୋବାଇଲ ନମ୍ବର, ମେଲ ଆଇଡି ଓ ଫଟୋ ଲଗାଇ ସଠିକତା ଭାବେ ପ୍ରକୃତ ସାମ୍ବାଦିକ ମାନଙ୍କୁ କର୍ଡନ ପାସ ଦେବା ପାଇଁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande