
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ପାଉଁଶ ମାପିଆଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଚିଠି ଲେଖିଛନ୍ତି। ଚିଠିରେ ଉପ ବାଚସ୍ପତି ଲେଖିଛନ୍ତି ବେଆଇନ ପାଉଁଶ ପରିବହନ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ଏ ବାବଦରେ ତୁରନ୍ତ ହସ୍ତକ୍ଷେପ କରିବା ସହ ସ୍ପେଶାଲ ଟାସ୍କଫୋର୍ସ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଟାସ୍କଫୋର୍ସ ୨୪ ଘଂଟା ୩ ପାଳିରେ କାର୍ଯ୍ୟ କରି ନିୟମିତ ପାଟ୍ରୋଲିଂ କରୁ। ବିନା ଅନୁମତିରେ ପାଉଁଶ ପରିବହନ କରୁଥିବା ଗାଡ଼ିକୁ ଅଟକାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟାସ୍କଫୋର୍ସ ପ୍ରତି ସପ୍ତାହରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିବେ। ଜିଲ୍ଲାସ୍ତରରେ ଏକ ମନିଟରିଂ ବ୍ୟବସ୍ଥା ଗଠନ କରିବାକୁ ଚିଠିରେ ପ୍ରସ୍ତାବ ଦେଇଇଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା