
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ‘ଜାତୀୟ ଡାକ୍ତର
ଦିବସ’ର ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଡାକ୍ତର
ଦିବସ ଅବସରରେ, ଆମେ ଭାରତ ରତ୍ନ ଡା. ବିଧାନ ଚନ୍ଦ୍ର ରାୟଜୀଙ୍କର ଅସାଧାରଣ
ଉତ୍ତରାଧିକାରକୁ ସ୍ମରଣ କରୁଛୁ। ସ୍ୱାସ୍ଥ୍ୟସେବା ଏବଂ ଭାରତର ଚିକିତ୍ସା ଶିକ୍ଷା କ୍ଷେତ୍ରରେ
ତାଙ୍କର ଅନନ୍ୟ ଅବଦାନ ଓ ଆଦର୍ଶ ସେବା ଏକ ନୂତନ ଦିଗ ପ୍ରଦର୍ଶନ କରିଥିଲା।
ପ୍ରତ୍ୟେକ ଡାକ୍ତରଙ୍କ ପ୍ରତି
ଆମର ଆନ୍ତରିକ କୃତଜ୍ଞତା, ଯେଉଁମାନଙ୍କର ସହାନୁଭୂତି,
ଦକ୍ଷତା ଓ ନିଃସ୍ୱାର୍ଥପର ସେବା ନିରନ୍ତର ଭାବେ ଅସଂଖ୍ୟ ଜୀବନ ରକ୍ଷା
କରିବା ସହ ସ୍ୱାସ୍ଥ୍ୟସେବାର ଉନ୍ନତି ଏବଂ ଜାତିର ସାମଗ୍ରିକ କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ
ରଖୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା