
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ପୂର୍ବତନ
ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କୟା ନାଇଡୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ
କେଭି ସିଂହେଦଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ଭାରତର
ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କୟା ନାଇଡୁ ଗାରୁଙ୍କୁ ଜନ୍ମଦିନର ଆନ୍ତରିକ
ଶୁଭେଚ୍ଛା।
ସେ କହିଛନ୍ତି ଯେ, ରାଷ୍ଟ୍ରର
ବିକାଶ ଏବଂ ସମାଜର ବଞ୍ଚିତ ଓ ଦୁର୍ବଳ ବର୍ଗର ଉନ୍ନତି ପ୍ରତି ଆପଣଙ୍କର ଅତୁଟ ସମର୍ପଣ ଆପଣଙ୍କ
ଗୌରବମୟ ସାର୍ବଜନୀନ ଜୀବନର ଉଜ୍ଜ୍ୱଳ ପରିଚୟ। କୃଷି ଓ ଗ୍ରାମୀଣ ବିକାଶ ପ୍ରତି ଆପଣଙ୍କର
ନିରନ୍ତର ଆଗ୍ରହ ଓ ଅବଦାନ ଦେଶର ପ୍ରଗତି ଯାତ୍ରାରେ ଏକ ଅମିଟ ଛାପ ଛାଡ଼ିଛି।
ପ୍ରଭୁଙ୍କ ନିକଟରେ ଆପଣଙ୍କର
ଦୀର୍ଘାୟୁ, ଉତ୍ତମ
ସ୍ୱାସ୍ଥ୍ୟ, ସୁଖମୟ ଓ ପରିପୂର୍ଣ୍ଣ ଜୀବନ କାମନା କରୁଛି, ଯାହାଦ୍ୱାରା
ଆପଣ ନିରନ୍ତର ଭାବେ ଭାରତ ମାତାଙ୍କ ସେବାରେ ନିଜକୁ ସମର୍ପିତ ରଖିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା