
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ‘ଜାତୀୟ ଡାକ୍ତର
ଦିବସ’ର ଶୁଭକାମନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ସେବା, ତ୍ୟାଗ ଏବଂ ସମର୍ପଣର ପ୍ରତୀକ ସମସ୍ତ ଡାକ୍ତର ବନ୍ଧୁମାନଙ୍କୁ ‘ଜାତୀୟ
ଡାକ୍ତର ଦିବସ’ର ଆନ୍ତରିକ ଶୁଭକାମନା। ମହାନ ଚିକିତ୍ସକ ତଥା ଭାରତରତ୍ନ ଡାକ୍ତର ବିଧାନ ଚନ୍ଦ୍ର
ରାୟଙ୍କ ସ୍ମୃତି ଚାରଣ ପୂର୍ବକ ପ୍ରତିବର୍ଷ ଆଜିର ଦିନକୁ ସାରା ଦେଶରେ ‘ଡାକ୍ତର ଦିବସ’ ଭାବେ
ପାଳନ କରାଯାଉଛି।
ମନ୍ତ୍ରୀ କହିଛନ୍ତି ଯେ, ନିଃସ୍ୱାର୍ଥପର
ଭାବେ ସ୍ୱାସ୍ଥ୍ୟସେବା ଯୋଗାଇଦେଇ ଏକ ସୁସ୍ଥ ଭାରତ ଗଠନରେ ଆପଣମାନଙ୍କ ବହୁମୂଲ୍ୟ ଯୋଗଦାନ ପାଇଁ
ମୁଁ ସମସ୍ତ ଚିକିତ୍ସକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ଡାକ୍ତରମାନଙ୍କ ସମ୍ମାନ ଓ
ସୁରକ୍ଷା ପାଇଁ ଆମେ ସମସ୍ତେ ସଦା ପ୍ରତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା