ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବେ ସରକାର - ଗଣଶିକ୍ଷା ସଚିବ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥା ଶୀଘ୍ର ତ୍ରୁଟିଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମରୁ ଅଷ୍ଟମ
ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବେ ସରକାର - ଗଣଶିକ୍ଷା ସଚିବ


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥା ଶୀଘ୍ର ତ୍ରୁଟିଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକଗୁଡ଼ିକରେ ତ୍ରୁଟି ଥିବା ସରକାରଙ୍କ ନଜରକୁ ଆସିଥିଲା । ମୁଖ୍ୟମନ୍ତ୍ରୀ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରି ପାଠ୍ୟପୁସ୍ତକରେ ଦେଖାଯାଇଥିବା ତ୍ରୁଟି କିପରି ହୋଇଥିଲା ଓ କେଉଁମାନେ ଏଥିରେ ଦାୟୀ ସେ ସମ୍ବନ୍ଧରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନକରି ବିଚାର କରିବାପାଇଁ ନିର୍ଦେଶ ଦେଇଥିଲେ। କମିଟିର ସୁପାରିଶ କ୍ରମେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି ଏବଂ ପରବର୍ତୀ ସମୟରେ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିଷ୍ପତି ନେଇଛନ୍ତି । ପାଠ୍ୟପୁସ୍ତକରେ ଦେଖାଯାଇଥିବା ତ୍ରୁଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାପାଇଁ ନିର୍ଦେଶ ଦେଇଛନ୍ତି ।

ବର୍ତମାନ ଏହି ତ୍ରୁଟିଗୁଡିକୁ ତର୍ଜମା କରାଯାଉଛି ଓ ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଉଛି । ଖୁବଶୀଘ୍ର ସଂଶୋଧିତ ବହି ବିଭାଗୀୟ ୱେବସାଇଟ୍ / ଙଝଋଚଇ ଙ୍ଗରଭଗ୍ଦସଗ୍ଧର ରେ ଶିକ୍ଷାବିତ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ । ସମସ୍ତଙ୍କର ମତାମତକୁ ବିଚାରକରି ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ବହି ପ୍ରଦାନ କରାଯିବ ।

ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି ଏବଂ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠ ପଢା ଚାଲୁ ରହିବ । ସରକାର ଯଥା ଶୀଘ୍ର ପୁନର୍ବାର ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଶାସନ ସଚିବ ଡ. ନାୟକ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande