
ମାଲକାନଗିରି, ୨୩ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲାର ଏମଭି ୭୯ ଥାନା ପୋଲିସ ନିୟମିତ ପେଟ୍ରୋଲିଂ ସମୟରେ ଏକ ସନ୍ଦେହଜନକ ପିକଅପ୍ ଗାଡ଼ିକୁ ଅଟକାଇବା ପାଇଁ ସଙ୍କେତ ଦେଇଥିଲା। କିନ୍ତୁ, ଗାଡ଼ି ଚାଳକ ପୋଲିସର ସଙ୍କେତକୁ ଅବହେଳା କରି ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲେ।
ପୋଲିସ ତୁରନ୍ତ ଗାଡ଼ିଟିକୁ ପିଛା କରି ଥାନା ନାକା ନିକଟରେ ଅଟକାଇଥିଲା। ପରେ ଗାଡ଼ିର ତଲାସି ସମୟରେ ସେଥିରୁ ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ପୋଲିସ ଗଞ୍ଜେଇ ସହ ପିକଅପ୍ ଗାଡ଼ିକୁ ଜବତ କରିବା ସହ ଅଭିଯୁକ୍ତ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ଅଧିକ ତଦନ୍ତ ଚାଲିଛି ବୋଲି ଏମଭି ୭୯ ଥାନା ଅଧିକାରିଣୀ ଶ୍ରୀମତୀ ପୁର୍ଣିମା ଟେଟେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ