
ଭଦ୍ରକ, ୨୩ ଜୁଲାଇ (ହି.ସ.) - ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଶାଖା ତରଫରୁ ସମ୍ବର୍ଦ୍ଧନା ସଭା ଭଦ୍ରକ ସଭାଗୃହରେ ଆୟୋଜନ କରାଯାଇଥିଲା । ଭଦ୍ରକ ଆଇଏମଏର ସଭାପତି ବରିଷ୍ଠ ଭେଷଜ ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଓଡିଶା ଆଇଏମଏ ଶାଖାର ସଭାପତି ବରିଷ୍ଠ ଡାକ୍ତର ହରେକୃଷ୍ଣ ନାୟକ ଯୋଗ ଦେଇଥିଲେ। ପୂର୍ବତନ ସିଡିଏମଓ ତଥା ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ଡାକ୍ତର ପ୍ରସନ୍ନ କୁମାର ସାହୁ ବକ୍ତା ଭାବରେ ଯୋଗଦେଇ ଥିବାବଳେ ଅନ୍ୟତମ ଅତିଥି ଭାବରେ ଭଦ୍ରକ ସିଡିଏମଓ ବରିଷ୍ଠ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ ଏବଂ ବରେଣ୍ୟ ଅତିଥି ଭାବରେ ଭଦ୍ରକ ଜିଲ୍ଲାପାଳ ଡ. ଦିଲ୍ଲୀପ କୁମାର ରାଉତରାୟ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲାପାଳ ଡ. ଦିଲ୍ଲୀପ କୁମାର ରାଉତରାୟ ଏହି ମାସ ଚାକିରୀରୁ ଅବସର ନେଉ ଥିବାରୁ ଭଦ୍ରକ ଆଇଏମଏ ସମ୍ୱର୍ଦ୍ଧିତ କରିଥିଲା। ଏହାସହିତ ପୂର୍ବତନ ସିଡିଏମଓ ବରିଷ୍ଠ ଡାକ୍ତର ପ୍ରସନ୍ନ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଡ. ରାଉତରାୟ କାର୍ଯ୍ୟ ଦକ୍ଷତା ଓ ଧର୍ଯ୍ୟ ଯୋଗୁଁ ଲୋକଙ୍କ ପାଖରେ ପ୍ରିୟପାତ୍ର ହୋଇଥିଲେ ବୋଲି ଡାକ୍ତର ହରେକୃଷ୍ଣ ନାୟକ ଉଦବୋଧନ ଦେଇ କହିଥିଲେ। ଡ. ରାଉତରାୟଙ୍କ ଜୀବନ ସଦାସର୍ବଦା କୁସୁମିତ ଓ ସରସ ସୁନ୍ଦର ହେଉ ବୋଲି ଡାକ୍ତର ରବୀନ୍ଦ୍ର କୁମାର ନାୟକ କାମନା କରିଥିଲେ। ରାଉତରାୟଙ୍କ କାର୍ଯ୍ୟକଳାପକୁ ସମ୍ମୁଖରେ ପ୍ରକାଶ କରି ପ୍ରସଂଶା କରିବା ସହଜ ନୁହେଁ ବୋଲି ବରିଷ୍ଠ ଡାକ୍ତର ପ୍ରଦୀପ କୁମାର ନାୟକ ସଭାରେ କହିଥିଲେ। ବରିଷ୍ଠ ଡାକ୍ତର ପ୍ରସନ୍ନ କୁମାର ସାହୁ,ଭଦ୍ରକ ଆଇଏମଏ ଶାଖାର ସଂପାଦକ ବରିଷ୍ଠ ଡାକ୍ତର ରଣଜିତ ଖଟୁଆ, ରାଜ୍ୟ ଆଇଏମଏ ଶାଖାର ଉପସଭାପତି ବରିଷ୍ଠ ଡାକ୍ତର ସୁଧୀରଞନ ନାୟକ, ସିଡିଏମଓ ପ୍ରମୋଦ କୁମାର ପ୍ରହରାଜ, ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ ନନ୍ଦ, ବରିଷ୍ଠ ଡାକ୍ତର ଶତ୍ରୁଘ୍ନ ହାତୀ , ଭଦ୍ରକ ଆଇଏମଏ ଶାଖାର କୋଷାଧ୍ୟକ୍ଷ ବରିଷ୍ଠ ଡାକ୍ତର ଝାସକେତନ ମହାନ୍ତି ଜିଲ୍ଲାପାଳଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି ବକ୍ତବ୍ୟରେ କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଡାକ୍ତର ବିଜୟଲକ୍ଷ୍ମୀ ଧଳ, ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଡାକ୍ତର ଧନଞ୍ଜୟ ପଣ୍ଡା, ଡାକ୍ତର ଦେବରାଜ ପାଣିଗ୍ରାହୀ ପ୍ରମୁଖ ଡାକ୍ତର ମାନେ ଉପସ୍ଥିତ ହୋଇ ଭୁରି ଭୁରି ପ୍ରଶଂସାଗାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ