ଭାରତୀୟ ମଜଦୁର ସଂଘର ୭୨ତମ ପ୍ରତିଷ୍ଠା ଦିବସ
ଭଦ୍ରକ, ୨୩ ଜୁଲାଇ (ହି.ସ.) - ଶ୍ରମିକମାନଙ୍କ ହିତ ସାଧନ ନିମନ୍ତେ ୧୯୫୫ ମସିହା ଆଜିର ଦିନରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ମଜଦୁର ସଂଘ ନିରବଚ୍ଚିନ୍ନ ଭାବେ ଶ୍ରମିକଙ୍କ ପାଇଁ ଲଢ଼େଇ କରି ଆଜି ୭୧ ବର୍ଷ ପୂରଣ କରି ୭୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳମନ୍ତ୍ରରେ ଦୀକ୍
BHARATIYA MAJDOOR SANGHA PRATISTA DIVAS


ଭଦ୍ରକ, ୨୩ ଜୁଲାଇ (ହି.ସ.) - ଶ୍ରମିକମାନଙ୍କ ହିତ ସାଧନ ନିମନ୍ତେ ୧୯୫୫ ମସିହା ଆଜିର ଦିନରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ମଜଦୁର ସଂଘ ନିରବଚ୍ଚିନ୍ନ ଭାବେ ଶ୍ରମିକଙ୍କ ପାଇଁ ଲଢ଼େଇ କରି ଆଜି ୭୧ ବର୍ଷ ପୂରଣ କରି ୭୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳମନ୍ତ୍ରରେ ଦୀକ୍ଷିତ ଏହି ସଂଘର ପ୍ରତ୍ୟେକଟି ସଦସ୍ୟସଦସ୍ୟା ଏକ ହୋଇ ଗରିବ, ମଜଦୁରର ହକ୍ ପାଇଁ ଲଢ଼େଇ କରି ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ କରି ଚାଲିଥିବ। ବିନା ଆନ୍ଦୋଳନରେ ମଣିଷ ତାହାର ହକ୍ ପାଇନାହିଁ। ଏହି ନୀତିକୁ ନେଇ ଭାରତୀୟ ମଜଦୁର ସଂଘ ଶ୍ରମିକମାନଙ୍କ ପାଇଁ ଲଢ଼େଇ କରି ଆସିଛି। ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସେମାନଙ୍କ ସାମାଜିକ ସୁରକ୍ଷା, ଆଶାକର୍ମୀ, ପାଚିକା, ସହାୟିକା ଭଳି ସବୁ କ୍ଷେତ୍ରରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ଇଏସ୍ଆଇ, ଇପିଏଫ୍ ପରିସରଭୁକ୍ତ କରି ଚାକିରି ସର୍ତାବଳୀ ଲାଗୁ କରିବାକୁ ଭାରତୀୟ ମଜଦୁର ସଂଘ ଆନ୍ଦୋଳନରତ। ଦେଶର ସର୍ବ ବୃହତ୍ ଶ୍ରମିକ ସଂଗଠନ ଭାବେ ଭାରତୀୟ ମଜଦୁର ସଂଘ ପରିଗଣିତ ହେଉଥିବା ବେଳେ ଏହି ସଂଘ ରାଜ୍ୟର ସବୁ କ୍ଷେତ୍ରରେ ଅବହେଳିତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗ୍ରାମ ଜାରି ରଖିଛି ବୋଲି ଭାରତୀୟ ମଜଦୁର ସଂଘର ୭୨ତମ ପ୍ରତିଷ୍ଠା ଦିବସରେ ସଂଘ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଶହୀଦ୍ ସ୍ମୃତି ଭବନରେ ଅନୁଷ୍ଠିତ ଉତ୍ସବକୁ ଭଦ୍ରକ ଜିଲ୍ଲାପାଳ ଡ. ଦିଲୀପ ରାଉତରାଏ, ମୁଖ୍ୟବକ୍ତା ଡିଭିଜନାଲ ଲେବର କମିଶନର ଶଚ୍ଚିଦାନନ୍ଦ ଜେନା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାର ମାଟ୍ରିକ ପରୀକ୍ଷାରେ ଟପ୍ପର ଜନ୍ତୁଆଳି ହାଇ ସ୍କୁଲର ଛାତ୍ରୀ ସରିତା ନାୟକ ଓ ଇଂରାଜୀ ମିଡ଼ିୟମରେ କାର୍ମେଲ ସ୍କୁଲର ଛାତ୍ର ଚିନ୍ମୟ ସ୍ୱାଇଁଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଲ୍ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ, ଧାମରା ବନ୍ଦର କର୍ମଚାରୀ ସଂଘ, ଜିଲ୍ଳା ଆଶାକର୍ମୀ ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଭଦ୍ରକ ଜିଲ୍ଲା ବ୍ୟବସାୟୀ ମଜଦୁର ସଂଘ, ଭଦ୍ରକ ଜିଲ୍ଲା ଅଟୋ ଚାଳକ ସଂଘ, ଧାମରା ଟ୍ରକ ଚାଳକ ସଂଘ, ଧାମରା ପୋର୍ଟ ଇଂଜିନିୟର୍ସ ଆଣ୍ଡ ଆମ୍ପେ୍ଲାଇଜ୍ ଆସୋସିଏସନ, ପାଚିକା ସହାୟିକା ମଜଦୁର ସଂଘ, ସ୍ୱାବଲମ୍ବୀ କାରିଗର ସଂଘ ଭଳି ବିଭିନ୍ନ ସଂଗଠନରୁ ଆରତୀ ପଣ୍ଡା, ଜାନକୀ ରାଉତ, ସର୍ଣ୍ଣଲତା ମଲ୍ଲିକ, ପୂଣ୍ଣିର୍ମା ସେଠୀ, ନିରୂପମା ପତ୍ରୀ, ମାନସୀ ଜେନା, ସୁନିତା ମହାପାତ୍ର, ବିଭୁତି ପାଣିଗ୍ରାହୀ, ପ୍ରିୟନାଥ ଧଳ, ସୂର୍ଯ୍ୟକାନ୍ତ ଦାସ, ବରଦା ପ୍ରସନ୍ନ ସାମଲ, ପ୍ରଶାନ୍ତ ମିଶ୍ର, ଅଭିୟ ନାୟକ, ବିଜୟ ଜେନା, ବିଷ୍ଣୁ ଖଟୁଆ, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, କମଳାକାନ୍ତ ସାହୁ, ମୁକ୍ତିକାନ୍ତ ସାହୁ, ତପନ ପଣ୍ଡା, ଲକ୍ଷ୍ମୀପ୍ରିୟା ପାତ୍ର, ସତ୍ୟଭାମା ରାଉତ, ସ୍ମିତା ପଟ୍ଟନାୟକ, ସାଗରିକା ପଟ୍ଟନାୟକ, ରେଶ୍ମା ଖାତୁନ, ଅନିତା ବିଶ୍ୱାଳ, ସତ୍ୟବତୀ ରାଉତ, ବିପ୍ର ସେଠୀ ପ୍ରମୁଖ ଶତାଧିକ ସଦସ୍ୟସଦସ୍ୟା ଯୋଗ ଦେଇଥିଲେ। ଶେଷର ଜିଲ୍ଳା ସାଧାରଣ ସମ୍ପାଦକ ପରେଶନାଥ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande