ଆଦ୍ୟାଶକ୍ତି ନାରୀ ସଂଗଠନର ଭଜନ କାର୍ଯ୍ୟକ୍ରମ
ବଲାଙ୍ଗିର, 23 ଜୁଲାଇ (ହି.ସ.)ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ଅନୁଷ୍ଠାନ ଆଦ୍ୟାଶକ୍ତି ନାରୀ ସଂଗଠନର ଏକ ଜଣାଣ କାର୍ଯ୍ୟକ୍ରମ ଦୈନିକ ବଜାର ସ୍ଥିତ ରାମ ଚରିତ ମାନସ ମନ୍ଦିରେ ଚାନ୍ଦ ମନ୍ଦିର ଜଗନ୍ନାଥଙ୍କ ମାଉସୀ ଘରେ ଦଶ ଅବତାର ଅବସରରେ ସଭାପତି ମାଳତି ଉଦ୍ଗାତା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠ
ଆଦ୍ୟାଶକ୍ତି ନାରୀ ସଂଗଠନର ଭଜନ କାର୍ଯ୍ୟକ୍ରମ


ବଲାଙ୍ଗିର, 23 ଜୁଲାଇ (ହି.ସ.)ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ଅନୁଷ୍ଠାନ ଆଦ୍ୟାଶକ୍ତି ନାରୀ ସଂଗଠନର ଏକ ଜଣାଣ କାର୍ଯ୍ୟକ୍ରମ ଦୈନିକ ବଜାର ସ୍ଥିତ ରାମ ଚରିତ ମାନସ ମନ୍ଦିରେ ଚାନ୍ଦ ମନ୍ଦିର ଜଗନ୍ନାଥଙ୍କ ମାଉସୀ ଘରେ ଦଶ ଅବତାର ଅବସରରେ ସଭାପତି ମାଳତି ଉଦ୍ଗାତା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଜଣାଣ କାର୍ଯ୍ୟକ୍ରମରେ ଆରତି ଗୁରୁ, ରାଜଶ୍ରୀ ତ୍ରିପାଠୀ, ସୌଦାମିନୀ ମିଶ୍ର, ରଶ୍ମି ପାତ୍ର, ସଂଯୁକ୍ତା ମିଶ୍ର, ଯଶୋବନ୍ତୀ ମିଶ୍ର, ସସ୍ମିତା ସାହୁ, ବୁଇ ମହାରଣା, ଡ. ପ୍ରେମଚାନ୍ଦ ମହାନ୍ତି, କେଶବ ଚନ୍ଦ୍ର ମିଶ୍ର, ମଦନ ମୋହନ ରଥ ପ୍ରମୁଖ ଜଣାଣ ଓ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ସାହୁ, ସୌମ୍ୟା ସେଫାଳିକା ମିଶ୍ର, ଚର୍ଚ୍ଚିତା ମିଶ୍ର, ଅରୁଣ ଖୁଆସ ଓ କମଳିନୀ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande