
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ସିଏମଓରୁ ଫାଇଲ ହଜିବା ମାମଲାରେ ପାଣ୍ଡିଆନଙ୍କୁ କମିଶନରେଟ୍ ପୋଲିସ୍ ର ନୋଟିସ ନେଇ ବିଜେଡି ନେତା ଭୂପିନ୍ଦର ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସେତେବେଳେ ସବୁ ବ୍ୟବସ୍ଥା ଭିତରେ ପାଣ୍ଡିଆନ ଥିଲେ। କିଛି ଥିବ ତେଣୁ ତାଙ୍କୁ ସମନ ହୋଇଛି। ସମନ ଯାହାକୁ ହେବ ସେ ଆସିବା ଦରକାର। ତେଣୁ ପାଣ୍ଡିଆନ ହାଜିର ହେବାରେ ଅସୁବିଧା କେଉଁଠି ? ଆଇନ ଅନୁସାରେ ସମନ ହୋଇଥିଲେ, ସେ ନିଜ ପକ୍ଷ ରଖିବେ। ବିଧାନସଭାରେ ଆମ ବିଧାୟକ କହିଥିଲେ ଦୁର୍ନୀତି ବାହାର କର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା