ବିବାହ ପ୍ରତିଶ୍ରୁତିରେ ନାବାଳିକାକୁ ଗର୍ଭବତୀ କରି ଫେରାର କାମୁକ ସୌଦାଗର ଗିରଫ
ବିବାହ ପ୍ରତିଶ୍ରୁତିରେ ନାବାଳିକାକୁ ଗର୍ଭବତୀ କରି ଫେରାର କାମୁକ ସୌଦାଗର ଗିରଫ
ବିବାହ ପ୍ରତିଶ୍ରୁତିରେ ନାବାଳିକାକୁ ଗର୍ଭବତୀ କରି ଫେରାର କାମୁକ ସୌଦାଗର ଗିରଫ


ବିବାହ ପ୍ରତିଶ୍ରୁତିରେ ନାବାଳିକାକୁ ଗର୍ଭବତୀ କରି ଫେରାର କାମୁକ ସୌଦାଗର ଗିରଫ


ସମ୍ବଲପୁର,୨୩, ଜୁଲାଇ (ହି.ସ.) ପ୍ରେମ ସମ୍ପର୍କକୁ ନିବିଡତା କରି ଜନୈକା କୋମଳମତି ନାବାଳିକା ସହ ରୀତିମତ ଶାରୀରିକ ସମ୍ପର୍କ ରଖି ରଖି ଶେଷରେ ୭ ମାସର ଗର୍ଭବତୀ କରି ଫେରାର ଅଭିଯୁକ୍ତ କାମୁକକୁ କତରବଗା ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ରେଙ୍ଗାଲି ଥାନା ଅନ୍ତର୍ଗତ ଚାନ୍ଦମାଲ ଗ୍ରାମର ସୌଦାଗର ସିଂହ ବୋଲି ଜଣାପଡିଛି । ସୂଚନାନୁଯାୟୀ, ୨୦୨୫ ମସିହା ନଭେମ୍ବର ମାସରୁ ଅଭିଯୁକ୍ତ କାମୁକ ସୌଦାଗର ସମ୍ପୃକ୍ତା ନାବାଳିକାକୁ ଫସାଇ ପ୍ରେମ ସମ୍ପର୍କ ବଢାଇଥିଲା। ସମୟ ସୁଯୋଗ ଦେଖି ନାବାଳିକାର ସମ୍ବେଦନଶୀଳ ଅଙ୍ଗରେ ହସ୍ତ ସଞ୍ଚାଳନ କରି ଉତ୍ତେଜିତ କରାଇ ଆସୁଥିଲା । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ସୌଦାଗର ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକା ଜଣଙ୍କ ଅସୁସ୍ଥ ହୋଇପଡିଥିଲା । ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ସୁସ୍ଥତା ହେବା ଜାଣିବା ପରେ ସମୟ ସୁଯୋଗ ଦେଖି ନାବାଳିକାକୁ ସୌଦାଗର ନିୟମିତ ଏକାଧିକ ଥର ଶାରୀରିକ ସମ୍ଭୋଗ କରି ଆସୁଥିଲା । ହଠାତ୍ ନାବାଳିକା ଜଣଙ୍କ ଗର୍ଭବତୀ ହେବା ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତ ସୌଦାଗର ଫେରାର ହୋଇ ଯାଇଥିଲା। ପରିବାର ଲୋକେ ଏସମ୍ପର୍କରେ ନାବାଳିକା ଠାରୁ ସବୁ ପଚାରି ବୁଝିବା ପରେ ପୀଡ଼ିତାଙ୍କ ପରିବାର ଲୋକେ କତରବଗା ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଗୁରୁତ୍ୱକୁ ଦେଖି ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଶେଷରେ ଅଭିଯୁକ୍ତ କାମୁକ ସୌଦାଗର ସିଂହକୁ ଗିରଫ କରି ଆଜି ବିଏନଏସ୍ ଏବଂ ପୋକ୍ସୋ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande