
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ସିଏମଓରୁ ଫାଇଲ୍ ଗାୟବ ହେବା ଘଟଣାରେ ପୁଣି ୨ ଜଣଙ୍କୁ ନୋଟିସ୍ ଜାରି ହୋଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଉପେନ୍ଦ୍ର ନାଥ ବେହେରାଙ୍କୁ କମିଶନରେଟ୍ ପୋଲିସ୍ ନୋଟିସ୍ ଜାରି କରିଛି। ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଉପେନ୍ଦ୍ର ବେହେରାଙ୍କୁ ହାଜର ନୋଟିସ୍ ରେ କୁହାଯାଇଛି। ସେହିପରି ପୂର୍ବରୁ ନୋଟିସ୍ ସତ୍ୱେ ହାଜର ହୋଇ ନ ଥିବା ରାଜେଶ ବର୍ମାଙ୍କୁ ପୁଣି ଥରେ ହାଜର ନୋଟିସ୍ ଜାରି ହୋଇଛି। ଆସନ୍ତା ୩୦ ସୁଦ୍ଧା ହାଜର ପାଇଁ ରାଜେଶ ବର୍ମାଙ୍କୁ ନୋଟିସ୍ରେ କୁହାଯାଇଛି। ଉଭୟଙ୍କୁ ଏସିପି ଜୋନ୍ -୧ଙ୍କ ପାଖରେ ହାଜର ପାଇଁ ନୋଟିସ୍ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା