ଧାମନଗରରେ ଅଟଳ ମାର୍କେଟ କମ୍ପେ୍ଲକ୍ସର ଭିତିପ୍ରସ୍ତର ସ୍ଥାପନ
ଭଦ୍ରକ, ୨୩ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ (ଏନ୍ଏସି) ଅନ୍ତର୍ଗତ ବ୍ଲକ ବଜାରଠାରେ ଅଟଳ ମାର୍କେଟ କମ୍ପେ୍ଲକ୍ସର ଶୁଭ ଭିତିପ୍ରସ୍ତର ଗୁରୁବାର ସ୍ଥାପନ କରାଯାଇଛି। ଧାମନଗର ବିଧାୟକ ତଥା ରାଜ୍ୟର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
DHAMNAGAR ATALA MARKET COMPLEX


ଭଦ୍ରକ, ୨୩ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ (ଏନ୍ଏସି) ଅନ୍ତର୍ଗତ ବ୍ଲକ ବଜାରଠାରେ ଅଟଳ ମାର୍କେଟ କମ୍ପେ୍ଲକ୍ସର ଶୁଭ ଭିତିପ୍ରସ୍ତର ଗୁରୁବାର ସ୍ଥାପନ କରାଯାଇଛି। ଧାମନଗର ବିଧାୟକ ତଥା ରାଜ୍ୟର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିଜସ୍ୱ ହାତ ପାଣ୍ଠିରୁ ଏହି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯିବ। ମନ୍ତ୍ରୀ ଶ୍ରୀ ସୁରଜ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଦୀର୍ଘଦିନ ଧରି ବ୍ଲକ ବଜାର ଅଂଚଳରେ ବ୍ୟବସାୟୀମାନେ ସ୍ଥାୟୀ ଦୋକାନ ଗୃହର ଅଭାବ, ଅନୁପଯୁକ୍ତ ବ୍ୟବସାୟିକ ପରିବେଶ ଓ ବିଭିନ୍ନ ମୌଳିକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ଅଟଳ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହେଲେ ସ୍ଥାନୀୟ ଦୋକାନୀମାନେ ଏକ ସୁବ୍ୟବସ୍ଥିତ ଓ ସ୍ଥାୟୀ ବ୍ୟବସାୟିକ ସ୍ଥାନ ପାଇବା ସହ ସେମାନଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇପାରିବ। ଏହାସହ ବ୍ଲକ ବଜାର ଅଂଚଳର ବ୍ୟବସାୟିକ ଭିତିଭୂମିର ବିକାଶ ଘଟିବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଏହି ଅବସରରେ ତହସିଲଦାର ଜ୍ଞାନରଞ୍ଜନ ସାହୁ, ଏନ୍ଏସି ଅଧିକାରୀ ସନ୍ତୋଷ ନାୟକ, ଏମ୍ଇ ବଳରାମ ମହାନ୍ତି, ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ମହାପାତ୍ର, ବ୍ଲକ ପ୍ରତିନିଧି ଆଶୋକ ପୁହାଣ, ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକଙ୍କ ସମେତ ଅରବିନ୍ଦ ପତି, ସରୋଜ ମହାପାତ୍ର, ସ୍ୱାଧୀନ ସମ୍ବିତ ଦାଶ, ଉମ ମହାନ୍ତି, କୃଷ୍ଣଚନ୍ଦ୍ର କର, ଲକ୍ଷ୍ମଣ କର, ବିଜୟ ରାମ, ଯୁବନେତା ଶୁଭେନ୍ଦୁ ପାତ୍ର, ସୌମ୍ୟରଞ୍ଜନ ସାହୁ, ମାନସ ପରିଡ଼ା, ପ୍ରଣୟ ମହାନ୍ତି ଓ ଚିତରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande