ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ
କେନ୍ଦୁଝର, 23 ଜୁଲାଇ (ହି.ସ.) କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍ଓ ଧନରାଜ ଏଚ୍ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦୁଝରର ସମସ୍ତ ଏସିଏ୍ଫ, ରେଞ୍ଜ ଅଧିକାରୀ, ସହଯୋଗୀ ଏନ୍ଜିଓ, ସେମାନଙ୍କର ଜିଲା ଅଧିକାରୀ ଏବଂ ଟି
Elephant


କେନ୍ଦୁଝର, 23 ଜୁଲାଇ (ହି.ସ.) କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍ଓ ଧନରାଜ ଏଚ୍ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ କେନ୍ଦୁଝରର ସମସ୍ତ ଏସିଏ୍ଫ, ରେଞ୍ଜ ଅଧିକାରୀ, ସହଯୋଗୀ ଏନ୍ଜିଓ, ସେମାନଙ୍କର ଜିଲା ଅଧିକାରୀ ଏବଂ ଟିମ୍ ଲିଡର୍ସ ଯୋଗ ଦେଇଥିଲେ।

ବୈଠକରେ ଗତ ତିନି ମାସ ମଧ୍ୟରେ ହୋଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ଗତ ତିନି ମାସ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ଗ୍ରାମ, ଅନ୍ୟାନ୍ୟ ବିଭାଗ ସହିତ ସମନ୍ବୟ ରକ୍ଷା କରି ସଚେତନତା କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କରିବା ପାଇଁ ନିଆଯାଇଥିବା ପଦକ୍ଷେପ, ଅନୁକମ୍ପା ଆବେଦନରେ ପ୍ରଦାନ କରାଯାଇଥିବା ସହାୟତା ଏବଂ ସହଯୋଗୀ ଏନ୍ଜିଓ ଦ୍ୱାରା ଅନ୍ୟାନ୍ୟ ଉଲ୍ଲେଖନୀୟ ସଫଳତା ଉପରେ ଆଲୋଚନା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande