ଅବକାରି ଚଢଉ, ୨ ଗିରଫ
ଜୟପୁର, ୨୩ ଜୁଲାଇ (ହି.ସ.)- ଜୟପୁର ଅବକାରି ଥାନା ଓ ନିରିକ୍ଷକ କାଯ୍ୟାଳୟ ତରଫରୁ ଆଜି ୩ଟି ସ୍ଥାନରେ ଚଢଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ ସିରାଗୁଡା ଗ୍ରାମର ବାସୁଦେବ ଅମାନତ୍ୟା ଓ ଘିଉରି ଗ୍ରାମର ତ୍ରିନାଥ ବିଷୋୟୀ (୧୨) । ସୂଚନା ଅନୁଯାୟୀ, ଦେଶି ମ
ଅବକାରୀ ଚଢ଼ାଉ, ୨ ଗିରଫ


ଜୟପୁର, ୨୩ ଜୁଲାଇ (ହି.ସ.)-

ଜୟପୁର ଅବକାରି ଥାନା ଓ ନିରିକ୍ଷକ କାଯ୍ୟାଳୟ ତରଫରୁ ଆଜି ୩ଟି ସ୍ଥାନରେ ଚଢଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ ସିରାଗୁଡା ଗ୍ରାମର ବାସୁଦେବ ଅମାନତ୍ୟା ଓ ଘିଉରି ଗ୍ରାମର ତ୍ରିନାଥ ବିଷୋୟୀ (୧୨) ।

ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ସିରାଗୁଡା ଓ ଜୟପୁର ଅବକାରି ଥାନା ତରଫରୁ ଘିଉରି ଗ୍ରାମ ରାସ୍ତାରେ ଚଢଉ କରି ୨୨ ଲିଟର ଦେଶି ମଦ ଜବତ କରି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ପକ୍ଷରୁ ଝିଲିମିଲିଗୁଡା ଜଙ୍ଗଲରେ ଚଢଉ କରାଯାଇଥିଲା । ଚଢଉ ସୂଚନା ପାଇ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅବକାରି ବିଭାଗ ସେଠାରୁ ୧୨ ଶହ ଲିଟର ପୋଚ ଓ ୮୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande