
କେନ୍ଦୁଝର, 23 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେ ସ୍ୱଛତା ର ସହିତ ସାର ର ସୁଷମ ବଣ୍ଟନ ପାଇଁ ଆଜି ହରିଚନ୍ଦନପୁର ବ୍ଲକ କୃଷି ଅଧିକାରୀ ଙ୍କୁ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି। ହରିଚନ୍ଦନପୁର ବ୍ଲକରେ ୬୦ ଲାଇସେନ୍ସ ପ୍ରାପ୍ତ ଡିଲର ଙ୍କ ମାଧ୍ୟମରେ ଚାଷୀ ମାନଙ୍କୁ ଖରିଫ ଚାଷ ପାଇଁ ସାର ଯୋଗାଇବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ହରିଚନ୍ଦନପୁର ବ୍ଲକରେ ଚଳିତ ଖରିଫ ଚାଷ ପାଇଁ ପ୍ରଯ୍ୟାପ୍ତ ପରିମାଣର ଆବଶ୍ୟକ ସାର ମହଜୁତ ଥିବା ପ୍ରତିନିଧି ଦଳ ନିକଟରେ କୃଷି ଅଧିକାରୀ ପ୍ରକାଶ କରିଛନ୍ତି। ସାର ର କିଭଳି ଚାଷୀ ମାନେ ପାଇପାରିବେ ସେଥିପାଇଁ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାର ବଣ୍ଟନ ପ୍ରକ୍ରିୟାରେ ଯେଉଁ ସମବାୟ ସମିତି ତଥା ଲାଇସେନ୍ସ ପ୍ରାପ୍ତ ଡିଲର ଅସାଧୁ ଉପାୟ ଅବଲମ୍ବନ କରିବେ କିମ୍ବା ବାଧା ସୃଷ୍ଟି କରିବେ ସେମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି।ସାର ବଣ୍ଟନ ରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ରୁ ୨ଜଣ ଙ୍କର୍ ଲାଇସେନ୍ସ ବାଜ୍ୟାପ୍ତି କରା ଯାଇଛି। ୮ ଜଣ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହି ବିଜେପି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ସୁଧାକର ସାହୁ, ବିଜେପି ବରିଷ୍ଠ ନେତା ଚତୁର୍ଭୁଜ ସାହୁ, ଅଭିମନ୍ୟୁ ସାହୁ, ଗଦାଧର ମହାନ୍ତ, ବିଶ୍ନୁ ବେହେରା, କହ୍ନେଇ ସାହୁ, ନିରୋଜ କୁମାର ମହାନ୍ତି, ସଞ୍ଜୀବ କୁମାର ସାହୁ, ସୁରୋନ୍ଦ ଖୁଣ୍ଟିଆ, ପ୍ରମୁଖ ଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA