ସାର ଅଭାବ ଓ କଳାବଜାର, ହୋଇପାରେ ଚାଷ ସମସ୍ୟା
ଜୟପୁର, ୨୩ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲାରେ ବର୍ଷାର ଆଗମନ ସହ ଚାଷ କାର୍ଯ୍ୟ ଜୋରଦାର ଭାବେ ଆରମ୍ଭ ହୋଇଛି । କୋରାପୁଟ ଜିଲାର ଦୁଇ- ତିନୋଟି ପର୍ଯ୍ୟାୟରେ ହୋଇଥିବା ଲଗାଣ ବର୍ଷା ପରେ ଚାଷୀ ଧାନ ତଳି ପ୍ରସ୍ତୁତି, ବିହନ ବୁଣା, ଜମି ଚାଷ ଏବଂ ରୋପଣ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ହେଲେ ଏହି
ସାର ଅଭାବ ଓ କଳାବଜାର  ହୋଇପାରେ ଚାଷ ସମସ୍ୟା


ଜୟପୁର, ୨୩ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲାରେ ବର୍ଷାର ଆଗମନ ସହ ଚାଷ କାର୍ଯ୍ୟ ଜୋରଦାର ଭାବେ ଆରମ୍ଭ ହୋଇଛି । କୋରାପୁଟ ଜିଲାର ଦୁଇ- ତିନୋଟି ପର୍ଯ୍ୟାୟରେ ହୋଇଥିବା ଲଗାଣ ବର୍ଷା ପରେ ଚାଷୀ ଧାନ ତଳି ପ୍ରସ୍ତୁତି, ବିହନ ବୁଣା, ଜମି ଚାଷ ଏବଂ ରୋପଣ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ହେଲେ ଏହି ସମୟରେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି ରାସାୟନିକ ସାଗର ଉପଲବ୍ଧତା । ବିଶେଷ କରି ଯୁରିଆ, ଡିଏସି, ଏନପିକେ, ଏମଓପି ଓ ଅନ୍ୟାନ୍ୟ ସାରର ଚାହିଦା ହଠାତ୍ ବଢ଼ିଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି । କୋରାପୁଟ ଜିଲା ଏକ କୃଷି ପ୍ରଧାନ ଜିଲ୍ଲା ଓ ଏଠାରେ ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ । ବର୍ଷା ଠିକ୍ ସମୟରେ ହେଲେ ଚାଷୀ ତୁରନ୍ତ ସାର ସଂଗ୍ରହ କରି ଫସଲରେ ପ୍ରୟୋଗ କରିବାକୁ ଚାହାନ୍ତି ଓ କାରଣ ଚାଷର ପ୍ରତ୍ୟେକ ପର୍ଯ୍ୟାୟରେ ସାରର ଆବଶ୍ୟକତା ଭିନ୍ନ ଭିନ୍ନ ଥାଏ । ବିହନ ବୁଣିବା ବେଳେ ଡିଏପି ଓ ଏନପିକେର ଚାହିଦା ଅଧିକ ଥିବାବେଳେ ରୋପଣ ପରେ ଗଛର ବୃଦ୍ଧି ପାଇଁ ଯୁରିଆର ବ୍ୟବହାର ବଢ଼ିଥାଏ । ଯଦି ଠିକ୍ ସମୟରେ ସାର ମିଳି ନ ଥାଏ ତେବେ ଫସଲର ବୃଦ୍ଧି ବାଧାପ୍ରାପ୍ତ ହେବା ସହ ଉତ୍ପାଦନ ମଧ୍ୟ କମିଯିବାର ଆଶଙ୍କାରହିଥାଏ । ପ୍ରତିବର୍ଷ ଚାଷ ଋତୁ ଆସିଲେ ସାର ବଣ୍ଟନକୁ ନେଇ କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଅନେକ ସମୟରେ ସମବାୟ ସମିତି ଓ ଅନୁମୋଦିତ ସାର ବିକ୍ରୟ କେନ୍ଦ୍ରରେ ଚାଷୀ ସାର ପାଇଁ ଲମ୍ବା ଧାଡ଼ି ଲଗାଇଥାନ୍ତି ଓ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଅନେକ ଚାଷୀ ପୂବ ବର୍ଷ ଖାଲି ହାତରେ ଫେରୁଥିବା ଦେଖିବାକୁ ମିଳିଥାଏ । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ସାରକୁ ଲୁଚାଇ ରଖି ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ଆସିଥାଏ । ଏହି କଳାବଜାରି ଯୋଗୁଁ ସରକାର ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ଦେଇ ସାର କିଣିବାକୁ ଚାଷୀ ବାଧ୍ୟ ହେଉଥିବାରୁ ସେମାନଙ୍କ ଆର୍ଥିକ ବୋଝ ବଢ଼ିଯାଉଥିବା ଦେଖବାକୁ ମିଳିଥାଏ । କୃଷି ବିଶେଷଜ୍ଞଙ୍କ ମତରେ, ବର୍ଷା ପରେ ପ୍ରଥମ ଏକରୁ ଦୁଇ ମାସ ସାରର ଚାନ୍ଦିଦା ସର୍ବାଧିକ ରହିଥାଏ । ଏହି ସମୟରେ ଯଦି ପର୍ଯ୍ୟାପ୍ତ ପରିମାଣର ସାର ଯୋଗଣ ନ ହୁଏ କିମ୍ବା ବଣ୍ଟନ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖାଯାଏ ତେବେ ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି । ଠିକ୍ ସମୟରେ ସାର ପ୍ରୟୋଗ ନ ହେଲେ ଫସଲର ବୃଦ୍ଧି ଉପରେ ସିଧାସଳଖ ପ୍ରଭାବ ପଡ଼େ ଏବଂ ଅମଳ ହ୍ରାସ ପାଇଥାଏ । କୋରାପୁଟ ଜିଲା ଅନେକ ଅଞ୍ଚଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ଅଧିକ ।ଏମାନେ ଋଣ କରି କିମ୍ବା ଧାର ଉପରେ ଚାଷ କରୁଥିବାରୁ ସାରର ଦର ବଢ଼ିଲେ କିମ୍ବା ସମୟରେ ନ ମିଳିଲେ ସେମାନଙ୍କ ଆର୍ôଥକ ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼େ । ଅନେକ ଚାଷୀ ବାଧ୍ୟ ହୋଇ ବେସରକାରୀ ଦୋକାନରୁ ଅଧିକ ଦାମରେ ସାର କିଣିଥାନ୍ତି ଓ ଏହା ଚାଷ ଖର୍ଚ୍ଚ ବଢ଼ାଇବା ସହ ଲାଭର ପରିମାଣକୁ ମଧ୍ୟ କମାଇ ଦେଇଥାଏ ଓ ତେବେ ଜିଲ୍ଲାରେ ପୂର୍ବ ବର୍ଷ ହୋଇଥିବା ସାରବଣ୍ଟନ ଅନିୟମିତତା ଓ କଳାବଜାର ଘଟଣା ଉପରେ ନଜର ପକାଇଲେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । କୃଷି ବିଭାଗ ସହ ମିଳିତ ଟିମ କୁନ୍ଦୁରା, କୋଟପାଡ ଜୟପୁରରେ ବିଭିନ୍ନ ସ୍ଥାନରେ ଚଢଉ କରି ଏମିତିରେ ଚାଷୀଙ୍କ ଦାବି ଅନୁସାରେ ସରକାର ପ୍ରତ୍ୟେକ ସମବାୟ ସମିତି ଓ ଅନୁମୋଦିତ ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାରଉପଲବ୍ଧ କରାଇବା ସହ ବଣ୍ଟନ ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ଆବଶ୍ୟକ । ସେହିପରି ସାରର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାର କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସନ୍ତୁଳିତ ସାର ବ୍ୟବ?ହାର କରିବା, ମୃଭିକା ପରୀକ୍ଷା ଆଧାରରେ ସାର ପ୍ରୟୋଗ କରିବା ଏବଂ ଅନୁମୋଦିତ ବିକ୍ରେତାଙ୍କଠାରୁ ରସିଦ ସହ ସାର କିଣିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ଅନିୟମିତତା ରୋକାଯିବା ସହ ଚାଷୀଙ୍କ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରହିପାରିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ଅରମ୍ଭ ସହ କୋରାପୁଟ ଜିଲାର ବୈପାରିଗୁଡା, ଜୟପୁର, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା ରେ ଚାଷ କାର୍ଯ୍ୟ ଗତି ଧରିଥିବା ବେଳେ ସାରର ନିରବଚ୍ଛିନ୍ନ ଯୋଗାଣ ଏବଂ କଳାବଜାରି ରୋକିବା ଏବେ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ଏହାକୁ ଦୃଷ୍ଟି ରେ ରଖି କୃଷି ବିଭାଗ ତରଫରୁ ବୈପାରିଗୁଡା, ଜୟପୁର କୁନ୍ଦୁର, କୋଟପାଡରେ ଚଢାଉ କରି ସାର ଜବତ କରିବା ସହ ନୋଟିସ କରି ତାଗିଦ କରିଥିଲା । ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଗଲେ ଚାଷୀ ନିର୍ବିଘ୍ନରେ ଚାଷ କାର୍ଯ୍ୟ ସମ୍ପନ୍ନ କରି ଭଲ ଅମଳ ଆଶା କରିପାରିବେ । ଅନ୍ୟଥା ସାର ଅଭାବ, କଳାବଜାର ଏବଂ ବଢ଼ୁଥିବା ଚାଷ ଖର୍ଚ୍ଚ ଚାଷୀଙ୍କ ସମସ୍ୟାକୁ ଆହୁରି ଗମ୍ଭୀର କରିଦେବ । ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ତତ୍ପରତା ପ୍ରକାଶ କରିଥିବା ବେଳେ ଚଢଉକୁ ଜୋରସୋର କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande