ଶତାୟୁ ମହିଳାଙ୍କ ପରଲୋକ
କେନ୍ଦୁଝର, 23 ଜୁଲାଇ (ହି.ସ.) - ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସନ୍ତରାପୁର ଗ୍ରାମ ର ଶତାୟୁ, ମହିଳା ନୁପଯାନ ବିବି ( ୧୦୧) ଙ୍କ ଦେହାନ୍ତ ଘଟିଛି, ସେ ବୟସ ଅଧିକ ଥାଇ ମଧ୍ୟ ଚଳଚଞ୍ଚଳ ରହିବା ଓ ଦୃଷ୍ଟିଶକ୍ତି ମଧ୍ୟ ପ୍ରଖର ରହିଥିଲା, ଅଳ୍ପ କିଛିଦିନ ହେବ ଅସୁସ୍ଥ ରହିବା ପରେ ଆଜି ଦେହାନ
Hundred


କେନ୍ଦୁଝର, 23 ଜୁଲାଇ (ହି.ସ.) - ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସନ୍ତରାପୁର ଗ୍ରାମ ର ଶତାୟୁ, ମହିଳା ନୁପଯାନ ବିବି ( ୧୦୧) ଙ୍କ ଦେହାନ୍ତ ଘଟିଛି, ସେ ବୟସ ଅଧିକ ଥାଇ ମଧ୍ୟ ଚଳଚଞ୍ଚଳ ରହିବା ଓ ଦୃଷ୍ଟିଶକ୍ତି ମଧ୍ୟ ପ୍ରଖର ରହିଥିଲା, ଅଳ୍ପ କିଛିଦିନ ହେବ ଅସୁସ୍ଥ ରହିବା ପରେ ଆଜି ଦେହାନ୍ତ ହୋଇଛି, ତାଙ୍କ ଜଣେ ପୁତ୍ର ସେକ୍ ଫଜିଲେ କରିମ୍ ଙ୍କ ଚାରିଦିନ ତଳେ ଦେହାନ୍ତ ହୋଇଛି, ପୂର୍ବରୁ ବଡ଼ ପୁଅ ସେକ୍ ଅବଦୁଲ କୁଡୁସ ଙ୍କ ଦେହାନ୍ତ ହୋଇଥିଲା, କୃଷକ ନେତା ସମାଜ ସେବୀ ସେକ୍ ମୋବିନ ଓ ଅନ୍ୟ ଦୁଇ ପୁତ୍ର , ପୁତ୍ର ବଧୂ ଓ ନାତି ନାତୁଣୀ ପରିବାର ଜନ ମୃତ୍ୟୁ ସମୟ ରେ ଉପସ୍ଥିତ ରହି ଥିଲେ, ଖବର ମିଳିବା ପରେ ଦୂର ଦୁରା ନ୍ତର ଆତ୍ମୀୟ ଜନ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା, ମୃତା ଶତାୟୁ, ନୁପ୍ ଯାନ ବିବି ଙ୍କ ପରୋପ କରିତା, ମିଷ୍ଟ ଭାଷୀ ସହ ପରିବାର ଜନ ଙ୍କ ପରୋପକାର ଓ ସଦଭାବ ପାଇଁ, ଏ ଖବର ପାଇ ସନ୍ତରା ପୁର ବାସଭବନ ରେ ଲୋକଙ୍କ ସମାଗମ ଦେଖିବା କୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande