ନିଯୁକ୍ତି ମେଳା ଅନୁଷ୍ଠିତ
Job fair held at jharsuguda
Job fair


ଝାରସୁଗୁଡ଼ା, ୨୩ ଜୁଲାଇ (ହି.ସ.)- ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସ୍ଥାନୀୟ କଲେକ୍ଟରେଟ୍ ଅଫିସ୍ ସ୍ଥିତ ଡିଏମ୍ଏଫ୍ ଆଡିଟୋରିୟମ୍ ହଲ୍ ଠାରେ ଆଜି ଏକ ଜିଲ୍ଲା ସ୍ତରୀୟ 'ଜବ୍ ଡ୍ରାଇଭ୍' ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ନିୟୋଜନ ମେଳାରେ ସମୁଦାୟ ପ୍ରତିଷ୍ଠିତ କମ୍ପାନୀ ମାନେ ଯୋଗଦେଇ ନିଜ ନିଜ ସଂସ୍ଥା ପାଇଁ ଆବଶ୍ୟକୀୟ ପ୍ରାର୍ଥୀ ଚୟନ କରିଥିଲେ।

ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରରୁ ମୋଟ ୮୪ ଜଣ ଚାକିରି ଆଶାୟୀ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande