କଲମ ଅନୁଷ୍ଠାନ ପକ୍ଷରୁ କବିତା ବର୍ଷା ଆସର
କଲମ ଅନୁଷ୍ଠାନ ପକ୍ଷରୁ କବିତା ବର୍ଷା ଆସର
କଲମ ଅନୁଷ୍ଠାନ ପକ୍ଷରୁ କବିତା ବର୍ଷା ଆସର


କଲମ ଅନୁଷ୍ଠାନ ପକ୍ଷରୁ କବିତା ବର୍ଷା ଆସର


ସମ୍ବଲପୁର,୨୩, ଜୁଲାଇ (ହି.ସ.) ନବ ଦିଗନ୍ତର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ 'କଲମ' ପରିବାର ଟ୍ରଷ୍ଟ ପକ୍ଷରୁ କବିତା ଆସର କବିତା ବର୍ଷା- ମେଘ ବରଷିଲା ଟୁପୁରୁ ଟାପୁରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ପାଦକ କ୍ଷେତ୍ରମଣି ବିଭାର ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଜଣାଇଥିଲେ l ପରେ ସଭାପତି ତଫିଜୁଲ ହୁସେନ 'କଲମ' ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ l ଶୀତଳଷଷ୍ଠୀ ଅବସରରେ ପ୍ରକାଶିତ ପତରପେଁଡ଼ି ପୁସ୍ତକ ସଫଳତା ପାଇଁ ସମସ୍ତ ସାରସ୍ଵତ ସାଧକ ତଥା ସାହିତ୍ୟ ପ୍ରେମୀ ସଦସ୍ୟ ମାନଙ୍କ ସହଯୋଗ ରହିଥିଲା l ଆଗକୁ ଅନେକ ଲେଖକଙ୍କ ସହଯୋଗରେ 'ମୋର୍ ସମ୍ବଲପୁର' ପୁସ୍ତକ ପ୍ରକାଶ ପାଇବ ବୋଲି ମତପ୍ରକାଶ କରିଥିଲେ । ଏଥିସହ ସମ୍ବଲପୁରର ଇତିହାସ, ବର୍ତ୍ତମାନ, କଳା ସଂସ୍କୃତି, ଖାଦ୍ୟ, ସମ୍ବଲପୁରର ଦର୍ଶନୀୟ ସ୍ଥାନ, ସାହିତ୍ୟ, ଲେଖକ, ନାଟକ, ଖେଳକୁଦ, ଚିତ୍ରଶିଳ୍ପୀ, ଚିତ୍ରକଳା, ଆନ୍ଦୋଳନ, ବିସ୍ଥାପନ ଭଳି ସମସ୍ତ ବିଷୟ ବସ୍ତୁକୁ ନେଇ ୨୫୦ ରୁ ୩୦୦ ପୃଷ୍ଠାର ପୁସ୍ତକ ପ୍ରକାଶନ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ l ପରେ ପରେ କଳ୍ପନା ମହାପାତ୍ର, ସିଦ୍ଧି ସ୍ୱରୂପା ପାଢ଼ୀ, ମମତା ନାଥ, ଡ଼ ଅନୁପମା ବିଶ୍ବାଳ, ସବିତା ମିଶ୍ର, ଅଳକା ମହାପାତ୍ର, ପ୍ରଭଞ୍ଜନ ପୁରୋହିତ, ପ୍ରଦୀପ ପାଣିଗ୍ରାହୀ, ଗୁଣରଞ୍ଜନ ସାଲିମା, କାହ୍ନୁକେଶବ ବହିଦାର, ତ୍ରିଲୋଚନ ତ୍ରୀପାଠୀ, ଜୟକୃଷ୍ଣ ବେହେରା, ଶଙ୍କର ବେହେରା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ l ଶେଷରେ ଉପସଭାପତି ଜୟକୃଷ୍ଣ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande