କେନ୍ଦୁଝରଗଡ଼ ପୌରପାଳିକାରେ ସ୍ଵତନ୍ତ୍ର ସଂଶୋଧନ ଓ ଶୁଣାଣି ଶିବିର
କେନ୍ଦୁଝର, 23 ଜୁଲାଇ (ହି.ସ.) - କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୨୪-କେନ୍ଦୁଝର(ଏସ.ଟି) ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟାର ସମୀକ୍ଷା ପାଇଁ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ କେନ୍ଦୁଝର ଗସ୍ତ କରିଛନ୍ତି। ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକା
Sir metting


କେନ୍ଦୁଝର, 23 ଜୁଲାଇ (ହି.ସ.) - କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୨୪-କେନ୍ଦୁଝର(ଏସ.ଟି) ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟାର ସମୀକ୍ଷା ପାଇଁ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ କେନ୍ଦୁଝର ଗସ୍ତ କରିଛନ୍ତି। ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ସ୍ଵତନ୍ତ୍ର ସଘନ ସଂଶୋଧନ, ଶୁଣାଣି ଓ ଅଭିଯୋଗ ଶିବିର-୨୦୨୬କୁ ସେ ସାକ୍ଷାତ କରି ନିରୀକ୍ଷଣ କରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ସାହୁ ଶିବିରରେ ଉପସ୍ଥିତ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ସଂଶୋଧନ ଏବଂ ଭୋଟରଙ୍କ ଅଭିଯୋଗଗୁଡ଼ିକର ସମାଧାନ କିଭଳି ଅଧିକ ତ୍ୱରାନ୍ୱିତ ହୋଇପାରିବ, ସେ ନେଇ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେଇଛନ୍ତି। ଲୋକଙ୍କ ଆପତ୍ତି ଓ ପ୍ରତିକ୍ରିୟା ଶୁଣିଲେ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଶିବିରକୁ ଆସିଥିବା ସାଧାରଣ ଜନସାଧାରଣଙ୍କ ସହ ସେ ସୀଧାସଳଖ ଆଲୋଚନା କରିଥିଲେ। ସେମାନଙ୍କର ବିଭିନ୍ନ ସମସ୍ୟା ଓ ପ୍ରତିକ୍ରିୟା ଶୁଣିବା ସହ, ଭୋଟର ସେବାକୁ ଅଧିକ ସହଜ, ସ୍ୱଚ୍ଛ ଓ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି।

ଆସନ୍ତୁ ସଚେତନ ହେବା, ନିଜ ଭୋଟର ପରିଚୟ ସୁରକ୍ଷିତ କରିବା ବାର୍ତ୍ତା ସହ ଆୟୋଜିତ ଏହି ଶିବିରରେ ଆବେଦନକାରୀଙ୍କ ନୂଆ ନାମ ଯୋଡ଼ିବା, ଠିକଣା ବଦଳାଇବା ଓ ଅନ୍ୟାନ୍ୟ ଅଭିଯୋଗର ଶୁଣାଣି ତୁରନ୍ତ କରାଯାଉଛି। ଏହି ପରିଦର୍ଶନ ସମୟରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଶିବିର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ସଂଶୋଧନ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଲାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସମେତ ପଞ୍ଜିକରଣ ଅଧିକାରୀ,ସହରୀପଞ୍ଜିକରଣ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ(ଵିଏଲଓ), ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande