ଦିଲ୍ଲୀରେ ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା
ବଲାଙ୍ଗିର, 23 ଜୁଲାଇ (ହି.ସ.) ନିଟ୍ ପ୍ରଶ୍ନ ପତ୍ର ପ୍ରଘଟ ମାମଲାକୁ କେନ୍ଦ୍ର କରି ସାରା ଦେଶରେ ରାଜନୀତି ତେଜିବାରେ ଲାଗିଥିବା ବେଳେ କେନ୍ଦ୍ରରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପପ୍ରତ୍ୟାରୋପ ଚର୍ଚ୍ଚାର ବିଷୟ ହୋଇଛି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନିନ୍ଦା କରି ଦିଲ୍ଲୀର ଶିକ୍ଷା
ଦିଲ୍ଲୀରେ ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା


ବଲାଙ୍ଗିର, 23 ଜୁଲାଇ (ହି.ସ.) ନିଟ୍ ପ୍ରଶ୍ନ ପତ୍ର ପ୍ରଘଟ ମାମଲାକୁ କେନ୍ଦ୍ର କରି ସାରା ଦେଶରେ ରାଜନୀତି ତେଜିବାରେ ଲାଗିଥିବା ବେଳେ କେନ୍ଦ୍ରରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପପ୍ରତ୍ୟାରୋପ ଚର୍ଚ୍ଚାର ବିଷୟ ହୋଇଛି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନିନ୍ଦା କରି ଦିଲ୍ଲୀର ଶିକ୍ଷାର୍ଥୀ ଓ କକରୋଚ୍ ଜନତା ପାର୍ଟିର ସମର୍ଥକ ମାନେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ । ଏକ ଗଣାତାନ୍ତ୍ରିକ ରାଷ୍ଟ୍ରରେ ନିଜର ଅଧିକାର ପାଇଁ ଲଢ଼େଇ ଓ ସ୍ୱର ଉତ୍ତୋଳନ କରିବା ସମସ୍ତଙ୍କର ମୌଳିକ ଅଧିକାର । କିନ୍ତୁ ପୋଲିସ ଏହି ଶିକ୍ଷାର୍ଥୀ ମାନଙ୍କ ଦାବିକୁ ଶୁଣିବା ପରିବର୍ତ୍ତେ ଏମାନଙ୍କ ଉପରେ ଆଖିବୁଜା ଲାଠିଚାର୍ଜ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ସରକାର ଗମ୍ଭୀରତାର ସହ ନେବା ପରିବର୍ତ୍ତେ ଏମାନଙ୍କ ପ୍ରତିବାଦର ସ୍ୱରକୁ ଦବାଇଦେବା ପାଇଁ ଅପଚେଷ୍ଟା କରିବା ଭାରତ ପରି ଏକ ରାଷ୍ଟ୍ରରେ ଆଦୌ ଶୁଭଙ୍କର ନୁହେଁ ବୋଲି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି । ପିଲା ମାନଙ୍କ ଭବିଷ୍ୟତକୁ ନେଇ ରାଜନୀତି କରା ନ ଯାଉ, ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଦୋଷୀ ଏବଂ ଆନ୍ଦୋଳନକାରୀ ମାନଙ୍କ ମୌଳିକ ଅଧିକାର ହନନ୍ କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ରଥ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande