ବିଶାଖାପାଟଣା ରୁ ଗଞ୍ଜେଇ କାରବାର ମୁଖ୍ୟ ଗିରଫ ୪କୋଟି ଟଙ୍କା ର ସମ୍ପତ୍ତି ଜବତ
Narcotics Peddling team arrested by KANDHAMAL Police
ଫୋଟ


କନ୍ଧମାଳ , ୨୩ ଜୁଲାଇ (ହି.ସ.) - କନ୍ଧମାଳ ଜିଲ୍ଲା ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବୁଧବାର ବିଶାଖାପାଟଣା ରୁ ରୁପେଶ ପ୍ରଧାନ ନାମକ ଜଣେ ଗଞ୍ଜେଇ ମାଫିଆ କୁ ଗିରଫ କରିଛି l ଏକ ଗଞ୍ଜେଇ ଚୋରା ଚାଲାଣ ରେ ଜଡ଼ିତ ଥିବା ଏକ ରାକେଟ ର ମୁଖ୍ୟ ସମେତ, ସମୁଦାୟ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ସୁଚନା ଏହି କାରବାର ର ପରିଚାଳନା, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ର ବଡଗଉଡ ସାହିର, ଦୀଲିପ କୁମାର ଗଉଡ, ରୁପେଶ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଓ ଗାଡି ଗୁଡିକୁ ନେଇ ଏହି କାରବାର ର ରେ ପରିଚାଳନା କରୁଥିବା ନେଇ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି। ଏହି କାରବାର ରେ ଅର୍ଜିତ ଅର୍ଥ ରୁ କିଣା ଯାଇଥିବା ଦାମୀ ଗାଡ଼ି, କୋଠା ଏବଂ ଜମି ସୁନା ଓ ନଗଦ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟ କୁ ମଧ୍ୟ ଜବତ କରିଛି ପୁଲିସ। ସୁଚନା ଅନୁଯାୟୀ ରୁପେଶ ଆଗରୁ, ପୋଲିସ ବାଲିଗୁଡ଼ା ସୁନାପାଙ୍ଗା ର ଡି. ଏନ୍ ଦୀନେଶ୍ ନାୟକ(୨୮),ପଟ୍ଟାମାହା ବାଲିଗୁଡ଼ା ର ସୂନୀଲ ମଲ୍ଲିକ(୨୮),ଗୁଳିମରା ସାହି ବାଲିଗୁଡ଼ା ର ଦୀପକ କୁମାର ଦିଗାଲ (୩୨),ସୀମାଞ୍ଚଳ ବିଶ୍ଵାଳ(42),ସୁନାପାଙ୍ଗା ବାଲିଗୁଡ଼ା,ମହେନ୍ଦ୍ର ମଲ୍ଲିକ ବାଲିଗୁଡ଼ା(୨୯),ରାଜସ୍ଥାନ ର ଇଶ୍ବର ସିଂ(୩୫) ଏବଂ ଗୁଜୁରାଟ ସୁରାଟ ର ଚୁମ୍ବଦ ଆର ଓଝା ସମେତ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ l କାଲି ବିଶାଖାପାଟଣା ରୁ ଜଣକୁ ଗିରଫ କରି ସଫଳତା ହାସଲ କରିଛି l ଗଞ୍ଜେଇ ଚାଷ ଓ ମାଫିଆ ମାନଙ୍କୁ ସlବାଡ କରିବା ପାଇଁ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଉଦ୍ୟମ ପ୍ରଶଂସନୀୟ l ଏସପି ଙ୍କ ଉଦ୍ୟମ ଫଳରେ ଜିଲାରେ ଗଞ୍ଜେଇ ଚାଷ ନଷ୍ଟ କରଯାଇଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ ଅନେକାଂଶ ରେ କମିଥିବା ଦେଖିବାକୁ ମିଳିଛି l ଗଞେଇ ଚୋରା ଚାଲାଣ କାରୀ ଙ୍କୁ ସlବାଡ କରିବା ପାଇଁ ପୋଲିସ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ଏସପି ରମେନ୍ଦ୍ର ପ୍ରସାଦ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande