
ଭୁବନେଶ୍ୱର, ୨୩ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ସର୍ବାଧିକ ୬୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ୫୫.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୪୮.୪ ମି.ମି., ଲହୁଣିପଡାରେ ୪୭.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ୪୬.୨ ମି.ମି., କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୪୫.୦ ମି.ମି., ବରଗଡ଼ ଜିଲ୍ଲାର ବରପାଲିରେ ୪୫.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୪୩.୦ ମି.ମି., ବରଗଡ଼ ଜିଲ୍ଲାର ପାଇକମାଳରେ ୪୧.୦ ମି.ମି., ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ୪୧.୦ ମି.ମି., କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୪୦.୨ ମି.ମି., ହାଟଡିହିରେ ୪୦.୧ ମି.ମି. ଏବଂ ସମ୍ବଲପୁର ଜିଲ୍ଲାର ବାମରାରେ ୩୯.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ