ଆଜି ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ
ଭୁବନେଶ୍ୱର, ୨୩ ଜୁଲାଇ (ହି.ସ.)- ଆଜି ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ଉତର ଓଡ଼ିଶା ଉପକୂଳ ଏବଂ ବାହାର ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ଉତର ଓଡ଼ିଶା ଉପକୂଳ ସମୁଦ୍ର ଏବଂ ବାହାରେ ପବନର ବେଗ ଘଂଟା
ଆଜି ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ


ଭୁବନେଶ୍ୱର, ୨୩ ଜୁଲାଇ (ହି.ସ.)- ଆଜି ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜିବୀ ମାନଙ୍କୁ ଉତର ଓଡ଼ିଶା ଉପକୂଳ ଏବଂ ବାହାର ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।

ଏହି ସମୟରେ ଉତର ଓଡ଼ିଶା ଉପକୂଳ ସମୁଦ୍ର ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ତଥା ଏହାର ଝଟକା ୫୫ କି.ମି. ଛୁଇଁପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande