ଝାରସୁଗୁଡାରେ କେଟ୍ ର ଜିଲ୍ଲା, ନଗର ଓ ମହିଳା ଚାପ୍ଟରର ଶପଥଗ୍ରହଣ ସମାରୋହ
Owth taking ceremony of kat
Owth taking


ଝାରସୁଗୁଡା, ୨୩ ଜୁଲାଇ (ହି.ସ.)- କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) ଝାରସୁଗୁଡା ଜିଲ୍ଲା ଚାପ୍ଟର, ନଗର ଚାପ୍ଟର ଓ ମହିଳା (ଲେଡିଜ୍) ଚାପ୍ଟରର ଶପଥ ଗ୍ରହଣ ଓ ପଦସ୍ଥାପନ ସମାରୋହ ସ୍ଥାନୀୟ ଏକ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମର ଆରମ୍ଭରେ କେଟ୍ ଝାରସୁଗୁଡା ଜିଲ୍ଲା ସଭାପତି ଦିଲୀପ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରଜ ମୋହନ ଅଗ୍ରୱାଲ, ବିଶିଷ୍ଟ ଅତିଥି ଭାବେ ହୀରାଲାଲ ଲୋକଚାନ୍ଦାନୀ ଏବଂ ସମ୍ମାନିତ ଅତିଥି ଭାବେ ଗୋବିନ୍ଦ ଅଗ୍ରୱାଲ ଉପସ୍ଥିତ ରହି ନବନିର୍ବାଚିତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସ୍ଥାପନା ଅଧିକାରୀ ଆର୍. କେ. ଶୁକ୍ଳା ନବଗଠିତ କମିଟିର ପଦାଧିକାରୀମାନଙ୍କୁ ଶପଥ ପାଠ କରାଇ ପଦସ୍ଥାପନ କରିଥିଲେ। ଏହି ସମାରୋହରେ ଜିଲ୍ଲାର ବହୁ ବରିଷ୍ଠ ବ୍ୟବସାୟୀ, କେଟ୍ର ପଦାଧିକାରୀ ଓ ବ୍ୟବସାୟିକ ସମୁଦାୟର ବିଶିଷ୍ଟ ସଦସ୍ୟମାନେ ଯୋଗଦେଇଥିଲେ।

ଶପଥ ଗ୍ରହଣ ପରେ ନବନିର୍ବାଚିତ ପଦାଧିକାରୀମାନେ ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା, ବ୍ୟବସାୟ ବିକାଶ, ଜିଏସ୍ଟି ସଚେତନତା ବୃଦ୍ଧି, ଡିଜିଟାଲ ଇଣ୍ଡିଆ ଅଭିଯାନକୁ ସୁଦୃଢ଼ କରିବା ସହ ବ୍ୟବସାୟିକ ସମୁଦାୟର ସମସ୍ୟା ଓ ଦାବିକୁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଦୃଢ଼ତାର ସହ ଉପସ୍ଥାପନ କରିବା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ।

କାର୍ଯ୍ୟକ୍ରମକୁ ଉମେଶ ସଂଘାଇ ସୁଚାରୁ ଭାବେ ସଞ୍ଚାଳନ କରିଥିବା ବେଳେ ଶେଷରେ ସମ୍ପାଦକ ଆନନ୍ଦ ଗୋଏଲ ଧନ୍ୟବାଦ ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande