
ଗଂଜାମ, 23 ଜୁଲାଇ (ହି.ସ.)ଜନସାଧାରଣଙ୍କ ବ୍ୟଵହାର ଉଦ୍ଧେଶ୍ୟରେ ଶେରଗଡ ବ୍ଲକର ସମସ୍ତ ପଞ୍ଚାୟତକୁ ହୋଣ୍ଡା ଜେନେରେଟର ଗୋଟିଏ ଲେଖା ସେଟ୍ ଯୋଗାଇ ଦିଆଯାଇଛି। ତେବେ ଶେରଗଡ଼ ପଞ୍ଚାୟତ ଅଫିସ୍ ରୁ ଏହି ଜେନେରେଟର ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। କେବଳ ଏହି ପଞ୍ଚାୟତ ରୁଜେନେରେଟର ଗାଏବ ହୋଇଛି ନା, ଅନ୍ୟାନ୍ୟ ପଞ୍ଚାୟତରୁ ମଧ୍ୟ ଜେନେରେଟର ଗୁଡିକ ଗାଏବ ହୋଇଛି ତାହା ଜଣାପଡିନି? ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ ଓ ଶେରଗଡ଼ ବିଡ଼ିଓ ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ