ଡେରାବିଶ ତହସିଲରେ ତହସିଲସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦ୍ରାପଡ଼ା, 23 ଜୁଲାଇ (ହି.ସ.) : ଡେରାବିଶ ତହସିଲରେ ଆଜି ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଉପସ୍ଥିତିରେ ତହସିଲସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୨୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯାହାମଧ୍ୟରୁ ୧୮ଟି ବ୍ୟକ୍ତିଗତ ଏବଂ ୨ଟି ସାମୂହିକ ଅଭିଯୋଗ ଥିଲା।ଗ୍ରହଣ କରା
ଡେରାବିଶ ତହସିଲରେ ତହସିଲସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ..


କେନ୍ଦ୍ରାପଡ଼ା, 23 ଜୁଲାଇ (ହି.ସ.) : ଡେରାବିଶ ତହସିଲରେ ଆଜି ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଉପସ୍ଥିତିରେ ତହସିଲସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୨୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯାହାମଧ୍ୟରୁ ୧୮ଟି ବ୍ୟକ୍ତିଗତ ଏବଂ ୨ଟି ସାମୂହିକ ଅଭିଯୋଗ ଥିଲା।ଗ୍ରହଣ କରାଯାଇଥିବା ୧୮ଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ୪ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇ କଲମ-୨ ଅନ୍ତର୍ଗତ ପଟ୍ଟା ପ୍ରଦାନ କରାଯାଇଛି।ଏହି ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ସହ ହିତାଧିକାରୀମାନଙ୍କୁ ଆବଶ୍ୟକୀୟ ଦଲିଲ ପ୍ରଦାନ କରାଯାଇଛି। ଲୋକଙ୍କ ଦ୍ୱାରପ୍ରାନ୍ତରେ ସରକାରୀ ସେବା ପହଞ୍ଚାଇବା ଏବଂ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତହସିଲସ୍ତରରେ ରାଜସ୍ୱ ଅଭିଯୋଗ ଶୁଣାଣି ଜାରି ରହିଛି। ଏହି ଅଭିଯୋଗ ଶୁଣାଣିରେ ଡେରାବିଶ ତହସିଲଦାର ସରୋଜ କୁମାର ନାୟକ, ଅତିରିକ୍ତ ତହସିଲଦାର ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

---------------

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande