ରାଜନଗରରେ ବିଏଲବିସି  ବୈଠକ ଓ ଋଣ ବିତରଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, 23 ଜୁଲାଇ (ହି.ସ.) : ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆଜି ରାଜନଗର ବ୍ଲକ କନଫରେନ୍ସ ହଲ୍ରେ ବିଏଲବିସି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ବ୍ୟାଙ୍କ ଅଫ ବରୋଦା ଶାଖା ପରିସରରେ ଋ
---------------ରାଜନଗରରେ BLBC ବୈଠକ ଓ ଋଣ ବିତରଣ କାର୍ଯ୍ୟକ୍ରମ: ୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ₹୧ କୋଟି ଋଣ ସ୍ୱୀକୃତି..


କେନ୍ଦ୍ରାପଡ଼ା, 23 ଜୁଲାଇ (ହି.ସ.) : ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆଜି ରାଜନଗର ବ୍ଲକ

କନଫରେନ୍ସ ହଲ୍ରେ ବିଏଲବିସି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ବ୍ୟାଙ୍କ ଅଫ ବରୋଦା ଶାଖା ପରିସରରେ ଋଣ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ₹୧ କୋଟି ଟଙ୍କାର ଋଣ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଏହି ଋଣ ସହାୟତା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜସ୍ୱ ଉଦ୍ୟମକୁ ଆହୁରି ବିସ୍ତାର କରିବା ସହିତ

ଆୟବୃଦ୍ଧିମୂଳକ କାର୍ଯ୍ୟକଳାପକୁ ଗତିଶୀଳ କରିପାରିବେ। କାର୍ଯ୍ୟକ୍ରମରେ ଲିଡ୍ ଡିଷ୍ଟ୍ରିକ୍ଟ

ମ୍ୟାନେଜର ରମାକାନ୍ତ ମାଝୀ, ଡିପିସି ମିଶନ ଶକ୍ତି ଆରତୀ ସାହୁଙ୍କ ସମେତ ବ୍ୟାଙ୍କର ଅଧିକାରୀବୃନ୍ଦ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।

ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ମଧ୍ୟରେ ସଫଳ

ସଂଯୋଗକୁ ଆହୁରି ସୁଦୃଢ଼ କରିବା ସହ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପ୍ରତି ସମସ୍ତଙ୍କ ଦୃଢ଼

ଅଙ୍ଗୀକାର ଏହି କାର୍ଯ୍ୟକ୍ରମରେ ପୁନର୍ବ୍ୟକ୍ତ କରାଯାଇଥିଲା। ଜିଲ୍ଲା ପ୍ରଶାସନ,

ବ୍ୟାଙ୍କିଙ୍ଗ୍ ସଂସ୍ଥା ଏବଂ ମିଶନ ଶକ୍ତିର ସମନ୍ୱିତ ପ୍ରୟାସ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ

ଭାବେ ସ୍ୱାବଲମ୍ବୀ କରିବା ଦିଗରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande