ଭାରସାମ୍ୟ ହରାଇ ଗଛରେ ପିଟିଲା ଥାର୍ , ଗୋଟିଏ ପରିବାରର ତିନି ମୃତ, ଜଣେ ଗୁରୁତର
କେନ୍ଦୁଝର, 23 ଜୁଲାଇ (ହି.ସ.) ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ଥାର୍ । ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ମୃତ, ଜଣେ ଗୁରୁତର । ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥର ରଜିଆ ନିକଟରେ ଗତରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟ
Road acident


କେନ୍ଦୁଝର, 23 ଜୁଲାଇ (ହି.ସ.) ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ଥାର୍ । ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ମୃତ, ଜଣେ ଗୁରୁତର । ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥର ରଜିଆ ନିକଟରେ ଗତରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟଙ୍କୁ ହଠାତ୍ ପେଟରେ ଯନ୍ତ୍ରଣା ହେବାରୁ ପରିବାରଲୋକ ତାଙ୍କୁ ଏକ ଥାର୍ ଗାଡ଼ିରେ ଚମ୍ପୁଆ ଡାକ୍ତରଖାନାକୁ ନେଇ ଯାଉଥିଲେ । ଗାଡ଼ିରେ ତାଙ୍କ ପୁଅ ରଞ୍ଜିତ ଆପଟ, ସ୍ତ୍ରୀ କଇଁଫୁଲ ଆପଟ ଓ ଭାଇ ଭାସ୍କର ଆପଟ ସହ ମୋଟେ ଚାରିଜଣ ଥିଲେ। ତେବେ ଗାଡ଼ିଟି ଦୃତ ଗତିରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଭାସ୍କର ଆପଟଙ୍କ ମୃତ୍ୟୁ ଘଟିଥିବାବେଳେ, ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗର ସହଯୋଗରେ ଅନ୍ୟ ତିନିଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଦୁଃଖର କଥା, ରାସ୍ତାରେ ତ୍ରିଲୋଚନ ଓ ସ୍ତ୍ରୀ କଇଁଫୁଲଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପୁଅ ରଞ୍ଜିତ ଆପଟଙ୍କୁ ଧରଣିଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଚମ୍ପୁଆ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଘଟଣା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ତିନି ଜନକ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande