
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ପ୍ରଧାନମନ୍ତ୍ରୀ-ରାଷ୍ଟ୍ରୀୟ କୃଷି ବିକାଶ(ପିଏମ୍–ଆରକେଭିୱାଇ) ଏକୀକୃତ ଛତ୍ର ଯୋଜନା ( ୟୁନିଫାଏଡ୍ ଅମ୍େୱ୍ରଲା ସ୍କିମ) ଅଧିନରେ ୩୯ତମ ରାଜ୍ୟସ୍ତରୀୟ ଅନୁମୋଦନ କମିଟି (ଏସ୍ଏଲ୍ଏସ୍ସି) ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତକାଲି ବୁଧବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୦୨୬–୨୭ ଆର୍ôଥକ ବର୍ଷ ପାଇଁ ପିଏମ୍–ଆରକେଭିୱାଇ ଅଧୀନରେ ରାଜ୍ୟ-ସଂଯୁକ୍ତ ବିଭିନ୍ନଯୋଜନାର ବାର୍ଷିକ କାର୍ଯ୍ୟଯୋଜନା ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା।
କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଯୋଜନାର ପ୍ରାରମ୍ଭ, କାର୍ଯ୍ୟାନ୍ୱୟନ ସ୍ଥିତି ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, କୃଷି ନିର୍ଦ୍ଦେଶକ, ମୃତିକା ସଂରକ୍ଷଣ ନିର୍ଦ୍ଦେଶକ, ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ, ଓୟୁଏଟିର କୁଳପତି, ଉଦ୍ୟାନ କୃଷି, ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ। ବୈଠକରେ ଓଡ଼ିଶା ପାଇଁ ୨୦୨୬–୨୭ ଆର୍ôଥକ ବର୍ଷର ୧,୦୩୭.୧୯ କୋଟିର ସଂଶୋଧିତ ବାର୍ଷିକ କାର୍ଯ୍ୟଯୋଜନା ଉପସ୍ଥାପନ କରାଯାଇଥିଲା। ଏହା ଅଧୀନରେଆତ୍ମନିର୍ଭରତା ଓ ଖାଦ୍ୟ ସୁରକ୍ଷା ପାଇଁ ନୂତନ ମିଶନ, ଜଳବାୟୁ ସହନଶୀଳତା ସମ୍ପର୍କିତ ପଦକ୍ଷେପ, ପ୍ରଯୁକ୍ତି ଓ କୃଷି ସମ୍ପ୍ରସାରଣ ଏବଂ ଜାତୀୟ ପ୍ରାଥମିକତାଭିତକ ଯୋଜନାଭଳି ଚାରିଟି ବ୍ୟାପକ ବର୍ଗରେ ୧୬ଟି ରାଜ୍ୟ-ସଂଯୁକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ।
ରାଜ୍ୟରେ କପା ଉତ୍ପାଦନ ବୃଦ୍ଧି ପାଇଁ ‘କପାସ କାନ୍ତି’ ନାମକ ନୂତନ ମିଶନ ଅଧୀନରେ ପ୍ରାୟ ୧୫.୦୧ କୋଟିର ବାର୍ଷିକ କାର୍ଯ୍ୟଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ମିଶନ ମାଧ୍ୟମରେ ରାଜ୍ୟର ୮ଟି ଜିଲ୍ଲାରେ ଆଧୁନିକ କୃଷି ପ୍ରଯୁକ୍ତି, ଏକୀକୃତ ଫସଲ ପରିଚାଳନା, କୃଷକ ପ୍ରଶିକ୍ଷଣ ଏବଂ ଉତ୍ପାଦକତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ଆଲୋଚନା ହୋଇଛି । ଆରକେଭିୱାଇ–ଡିପିଆର ଅଧୀନରେ ପୂର୍ବରୁ ପ୍ରସ୍ତାବିତ ୧୫ଟି ପ୍ରକଳ୍ପ ମଧ୍ୟରୁ ୧୨ଟି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ସଂଶୋଧିତ ପ୍ରସ୍ତାବଗୁଡ଼ିକ ଉପରେ ବୈଠକରେ ବିଚାରବିମର୍ଶ କରାଯାଇଥିଲା। ଏହା ସହିତ ଆହୁରି ୪ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ପାଇଁ ପଠାଇବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୃଷି ଅବଶେଷରୁ ସ୍ୱଚ୍ଛ ଶକ୍ତି ଉତ୍ପାଦନ, ମହିଳା କୃଷକଙ୍କ ପାଇଁଚାଷର ପ୍ରତ୍ୟେକ ପର୍ଯ୍ୟାୟରେ ଶାରୀରିକ ପରିଶ୍ରମକୁ ସର୍ବନିମ୍ନ ସ୍ତରକୁ ଆଣିସେମାନଙ୍କ ଆୟ ବୃଦ୍ଧି କରିବା(ଜିରୋ ଡ୍ରଜେରୀଭାଲ୍ୟୁ ଚେନ୍ ମଡେଲ୍),ମହୁଚାଷ ଏବଂ କନ୍ଦମୂଳ ଫସଲଭିତିକ ସମନ୍ୱିତ କୃଷି ପ୍ରଣାଳୀ ଭଳି ଅଭିନବ ପଦକ୍ଷେପ ସାମିଲ ରହିଛି।ବୈଠକରେ ଚାଷୀଙ୍କ ଆୟ ବୃଦ୍ଧି, ଉତ୍ପାଦକତା ବଢ଼ାଇବା ଏବଂ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରସାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ତୈଳବୀଜ, ତୈଳପାମ୍, ଡାଲି, ଉଦ୍ୟାନ କୃଷି, କୃଷି ଯାନ୍ତ୍ରିକୀକରଣ, ପ୍ରାକୃତିକ କୃଷି, ଡିଜିଟାଲ କୃଷି ଓ କୃଷି ସମ୍ପ୍ରସାରଣ କ୍ଷେତ୍ରରେ କୃଷକମାନଙ୍କୁ ଅଧିକ ସହାୟତା ପ୍ରଦାନ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନାର ଜଳଛାୟା ବିକାଶ ଉପାଦାନ ଏବଂ ‘ରିୱାର୍ଡ ଓଡ଼ିଶା’ (ନବସୃଜନମୂଳକ ବିକାଶ ମାଧ୍ୟମରେ କୃଷିର ଜଳବାୟୁ ସହନଶୀଳତା ବୃଦ୍ଧି ପାଇଁ ଜଳଛାୟା କ୍ଷେତ୍ରର ପୁନରୁଦ୍ଧାର)କାର୍ଯ୍ୟକ୍ରମର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମ ଅଧୀନରେ ୨୦୨୬–୨୭ ବାର୍ଷିକ କାର୍ଯ୍ୟଯୋଜନା, ସଂଶୋଧିତ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ( ଡିପିଆର), ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜଳଛାୟା ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହନ ପାଇଁ ଫ୍ଲେକ୍ସି ଫଣ୍ଡ ଏବଂ ସଞ୍ଚିତ ପାଣ୍ଠିର ବିନିଯୋଗ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଜଳଛାୟା ବିକାଶ, ପ୍ରାକୃତିକ ସମ୍ପଦ ପରିଚାଳନା, ଜଳବାୟୁ ସହନଶୀଳ କୃଷି, ଜୀବିକା ବିକାଶ, ବୈଜ୍ଞାନିକ ଜଳଛାୟା ଯୋଜନା ପ୍ରସ୍ତୁତି ଏବଂ ଅନୁଷ୍ଠାନିକ ଦକ୍ଷତା ବୃଦ୍ଧି ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା।
ଏହି ଅବସରରେ ‘ଗବେଷଣା ଫଳାଫଳର ବ୍ୟବହାର ଏବଂ ଆରକେଭିୱାଇ ପ୍ରକଳ୍ପଗୁଡ଼ିକର ବ୍ୟାପକ ସମ୍ପ୍ରସାରଣ ପାଇଁ ପୁନଃ ପ୍ରୟୋଗ ସମ୍ବନ୍ଧୀୟ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି)’ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।
ମୁଖ୍ୟ ଶାସନ ସଚିବ ପିଏମ୍-ଆରକେଭିୱାଇ ଅଧୀନରେ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଓ ଫଳାଫଳଭିତ୍ତିକ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ଉତ୍ପାଦକତା ଓ କୃଷକଙ୍କ ଆୟ ବୃଦ୍ଧି, ଜଳବାୟୁ ସହନଶୀଳ ଓ ପ୍ରଯୁକ୍ତିଭିତ୍ତିକ କୃଷିର ପ୍ରସାର, ଚାଲୁଥିବା ରାଜ୍ୟ ଯୋଜନାଗୁଡ଼ିକ ସହ ପ୍ରଭାବୀ ସମନ୍ୱୟ ଏବଂ ଯୋଜନାର ସୁଫଳ କୃଷକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ କାର୍ଯ୍ୟାନ୍ୱୟନକାରୀ ସଂସ୍ଥାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଜଳସମ୍ପଦ ବିଭାଗ ଅଧିନରେ ଥିବା ମେଗା ଲିଫ୍ଟ ଓ ବୃହତ୍ ସେଚାଞ୍ଚଳର ସୁବିଧା ନେଇ ମାଇକ୍ରୋ ଇରିଗେସନ୍?ର ସମ୍ପ୍ରସାରଣ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉତ୍ପାଦକତା ବୃଦ୍ଧି ପାଇଁ ତିନିବର୍ଷିଆ ରୋଡ୍?ମ୍ୟାପ ପ୍ରସ୍ତୁତି, କୋରାପୁଟ କଫିକୁ ବ୍ରାଣ୍ଡ ଭାବେ ବିକଶିତ କରି ଚାଷ ହେଉଥିବା ଜିଲ୍ଲା ଓ ଅଂଚଳକୁ ପ୍ରୋତ୍ସାହନ, ପ୍ରାକୃତିକ ଓ ଜୈବିକ କୃଷିକୁ ଅଗ୍ରାଧିକାର ଏବଂ ଡାଲି ଓ ତୈଳବୀଜ ଚାଷକୁ ମିଶନ ମୋଡ୍?ରେ ନେଇ କାର୍ଯ୍ୟ କରିବା ପାଇଁ ସେ ମଧ୍ୟ ପରାମର୍ଶ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା