ବିଶିଷ୍ଠ ସମାଜସେବୀ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ
କେନ୍ଦୁଝର, 23 ଜୁଲାଇ (ହି.ସ.)ଆଜି କେନ୍ଦୁଝର ସହରର ବିଶିଷ୍ଠ ସମାଜସେବୀ ତଥା ମଣ୍ଡୁଆ ଗ୍ରାମର ମୁରବୀ ଭାବେ ବେଶ୍ ଜଣାଶୁଣା ସନ୍ତୋଷ ତ୍ରିପାଠୀଙ୍କ ତାଙ୍କ ବାସଭବନ ଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଆଜି ସକାଳୁ ଶାରିରୀକ ଅସୁସ୍ଥତା ଅନୁଭବ କରିଥିବା ବେଳେ ମେଡିକାଲ କଲେ
Social worker


କେନ୍ଦୁଝର, 23 ଜୁଲାଇ (ହି.ସ.)ଆଜି କେନ୍ଦୁଝର ସହରର ବିଶିଷ୍ଠ ସମାଜସେବୀ ତଥା ମଣ୍ଡୁଆ ଗ୍ରାମର ମୁରବୀ ଭାବେ ବେଶ୍ ଜଣାଶୁଣା ସନ୍ତୋଷ ତ୍ରିପାଠୀଙ୍କ ତାଙ୍କ ବାସଭବନ ଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଆଜି ସକାଳୁ ଶାରିରୀକ ଅସୁସ୍ଥତା ଅନୁଭବ କରିଥିବା ବେଳେ ମେଡିକାଲ କଲେଜ ନେବା ବେଳକୁ ଇହଧାମ ତ୍ୟାଗ କରିଥିଲେ। ସେ କେନ୍ଦୁଝର ସରସ୍ୱତୀ ଶିଶୁ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ, ଜିଲ୍ଲା ଟ୍ରକ ସଙ୍ଘ ସଦସ୍ୟ ତଥା ସହରର ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ବେଶ୍ ଜଣାଶୁଣା ଥିଲେ। ଆଜି ତାଙ୍କ ଅନ୍ତେଷ୍ଠୀ କ୍ରିୟା ଧାଙ୍ଗରପଡ଼ା ସ୍ଥିତ ଆଦର୍ଶ ଶ୍ମଶାନରେ କରାଯାଇଥିଲା ବେଳେ ବଡ ପୁତ୍ର ଭୁବନ ମୋହନ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ। ସକାଳୁ ତାଙ୍କ ମରଶରୀରରେ ବହୁ ବିଶିଷ୍ଠ ଲୋକ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ତାଙ୍କ ଶେଷ ସମୟରେ ପରିବାରର ପତ୍ନୀ ସ୍ନେହଲତା ତ୍ରିପାଠୀ , ସାନ ଭାଇ ଶିଶିର କୁମାର ତ୍ରିପାଠୀ,ତୁଷାରକାନ୍ତି ତ୍ରିପାଠୀ ସାନ ପୁତ୍ର ଦେବୀପ୍ରସାଦ ତ୍ରିପାଠୀ, ପୁତ୍ରବଧୂ ସ୍ମୃତିରେଖା ତ୍ରିପାଠୀ , ସୌଭାଙ୍ଗିନି ତ୍ରିପାଠୀ ନାତି ନାତୁଣୀ ଶାଶ୍ୱତ , ସିଦ୍ଧି,ସ୍ୱୟମ୍, ଓ ବନ୍ଧୁ ପରିବାର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande