

ବଲାଙ୍ଗିର, ୨୩ ଜୁଲାଇ (ହି.ସ.)- ସଇଁତଲା ବ୍ଲକ ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବାର୍ଷିକ ସମ୍ମିଳନୀ ବାଳିକା ବିଦ୍ୟାଳୟ ସଇଁତଳାରେ ଅନୁଷ୍ଠିତ ହୋଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନାୟକ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶାରୀରିକ ଶିକ୍ଷା ଅଫିସର ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l କେରମେଲୀ ଜୋନ ର ସଭାପତି ସରୋଜ ମିଶ୍ର, ଶିଷକେଲା ର ପ୍ରଧାନ ଶିକ୍ଷକ ମନୋଜ ବେହେରା, ବାଳିକା ବିଦ୍ୟାଳୟ ସଇଁତଲାର ପ୍ରଧାନ ଶିକ୍ଷୟତ୍ରୀ ବିନାୟକ କୁମ୍ଭାର, ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ମଂଚାସୀନ ଥିଲେ l
ପ୍ରଥମେ ଗଣେଶଙ୍କ ପୂଜାର୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏଥିରେ ବ୍ଲକ ସମ୍ପାଦିକା ଗତ ବର୍ଷର ବଜେଟ ଓ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଥିଲେ l ତତ ସହିତ ଗତ ବର୍ଷର ସମସ୍ତ ଖେଳକୁଦର ବିବରଣୀ ପଠନ କରିଥିଲେ l ଗତ ବର୍ଷ ୪୯ ଜଣ ଖେଳାଳି ରାଜ୍ୟ ସ୍ତରୀୟ ଖେଳରେ ଅଂଶଗ୍ରହଣ କରିଥିଲେ ଓ ୧୬ ଜଣ ଖେଳାଳି ଜାତୀୟ ସ୍ତରୀୟ ଖେଳରେ ଅଂଶଗ୍ରହଣ କରିଥିବା କଥା ବ୍ଲକ ସମ୍ପାଦିକା ସୂଚନା ଦେଇଥିଲେ, ଏଥିପାଇଁ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା l ଏହି ଖେଳକୁ ଜୋନ ରୁ କିପରି ଭଲ ଭାବରେ ହୋଇ, ବ୍ଲକକୁ ଖେଳାଳି ଆସିବେ ଏବଂ ରାଜ୍ୟ ଓ ଜାତୀୟ ସ୍ତରରେ ଆହୁରି ଅଂଶଗ୍ରହଣ କରିବେ ସେହି ଉପରେ ସମସ୍ତେ ଆଲୋଚନା କରି ଦିଗଦର୍ଶନ ଦେଇଥିଲେ l ବ୍ଲକରେ ଖେଳାଯାଉଥିବା ଆଠ ଟି ଖେଳ ଚଳିତ ବର୍ଷ କେଉଁ କେଉଁ ଠାରେ ଖେଳା ଯିବ ତା'ର ସ୍ଥାନ, ସମୟ ନିରୂପଣ କରାଯାଇଥିଲା l ଡି ପି ଇ ଓ ଶ୍ରୀ ପାତ୍ର ସାର ଜୋନ ଖେଳ ଓ ବ୍ଲକ ଖେଳ କିପରି ଉନ୍ନତ ହେବ ସେହି ଉପରେ ଆଲୋକପାତ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୋଶୀ ଜୋନ ଓ ବ୍ଲକ ର ଖେଳକୁ ସବୁଦିନ ଅଭ୍ୟାସ କରି ଜିଲ୍ଲାରେ କିପରି ବ୍ଲକ ର ନାଁ ରହିବ ତାହା ଆଲୋଚନା କରି ଉତ୍ସାହିତ କରିଥିଲେ l
କାର୍ଯ୍ୟକ୍ରମକୁ ସଫଳ କରିବାରେ ବ୍ଲକ ର ସମସ୍ତ ଖେଳ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଶେଷରେ ଖେଳ ଶିକ୍ଷକ ଚନ୍ଦ୍ରଶେଖର ବାହୁକ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ