
କେନ୍ଦୁଝର, 23 ଜୁଲାଇ (ହି.ସ.) ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତୃଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି। ବର୍ଷା ସତ୍ୱେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବକ ମାନେ ଯୋଗ ଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକା ଦାହ କରିଥିବା ସହ ସବୁ କ୍ଷେତ୍ରରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱ ରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ବିଜେଡି ନେତୃତ୍ୱ ତୁରନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଥିଲେ। ବିଜେଡି ଜିଲ୍ଲା ଯୁବ ସଭାପତି ରାକେଶ ରାମ ନିଜ ବକ୍ତବ୍ୟରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ନଷ୍ଟ କରିବାକୁ ସୁଚିନ୍ତିତ ପଦକ୍ଷେପ ନିଆଯାଇଥିବା କହିଥିଲେ। ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ ନିଜ ବକ୍ତବ୍ୟରେ ଦିଶାହୀନ ସରକାରଙ୍କ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଛାରଖାର ହୋଇଛି ବୋଲି କହିଥିଲେ।ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ନିଜ ଅଭିଭାଷଣରେ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ବିଦ୍ୟାର୍ଥୀଙ୍କ ଆସିଥିବା ବହି ତେଲକୋଇ ବ୍ଲକରେ ଖତ ଖାଉଛି ବୋଲି କହିଥିବାବେଳେ ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ଭୁଷୁଡ଼ି ପଡ଼ିଥିବା ସେ କହିଥିଲେ। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ନିଜ ବକ୍ତବ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି କହିଥିଲେ। ପୂର୍ବତନ ସାଂସଦ ମାଧବ ସର୍ଦାର, ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ,ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ମହିଳା ବିଜେଡି ସଭାନେତ୍ରୀ କମଳିନୀ ପାତ୍ର,ନଗର ସଭାପତି ପୂର୍ଣଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ର ଧର ପରିଡା, ଝୁମ୍ପୁରା ବ୍ଲକ ସଭାପତି ଡ଼ମ୍ବୁରୁ ଦାସ, ବାଂଶପାଳ ବ୍ଲକ ସଭାପତି ଯଦୁମଣି ଠାକୁର, ଯୁବ ସଭାପତି ସତ୍ୟାନନ୍ଦ ଆରୁକ,ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ,ପୂର୍ବତନ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା
ମୀନା ମାଝୀ,ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦିନୀ ମହାକୁଡ଼, ରଥ ମୁଣ୍ଡା, ସୌଭାଗ୍ୟ ମଞ୍ଜରୀ ନାଏକ, ଗୀତାଞ୍ଜଳି ପରିଡା, ମଞ୍ଜୁଲତା ନାଏକ,ଘଟଗାଁ ବ୍ଲକ ଅଧକ୍ଷ୍ୟା ଗୀତା ଞ୍ଜଳୀ ନାଏକ, ସବିତା ସେଠି, କୁମୁଦିନୀ ନାଏକ,ରୁନୁ ମଲିକ,ମାଳତୀ ନାଏକ,ଯୁବ ନେତା ସତ୍ୟବ୍ରତ ନାଏକ, ପୂର୍ବତନ ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ,ସିଦ୍ଧାର୍ଥ ଶଙ୍କର ସାହୁ,ଦେବୁ ପଟ୍ଟନାୟକ, ଜଗଦୀଶ ଆପଟ, ଟିକୁ ପ୍ରଧାନ,ବାସୁଦେବ ଜେନା, ମୁନା ପାଣି, ଅଜୟ ଦାସ, ବାବି ପଟ୍ଟନାୟକ, ରାଜୁ ବାରିକ,,ଛାତ୍ର ସଭାପତି ଦୀପକ ସାହୁ, ଛାତ୍ର ନେତା ସଂଜୀବ,ଦେବ ବେହେରା, ମନ୍ମଥ ଘଣା, ଗୁରୁଚରଣ ବେହେରା, ପପୁ ଯାଦବ,ଜ୍ଞାନ ମହାପାତ୍ର, ସ୍ପନ୍ଦନ ଆଚାର୍ଯ୍ୟ, ଜୀବନ ଜେନା, ଦୀପକ ଘଡେଇ, ଦୀପଙ୍କର ବିଶ୍ୱାସ, ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA