
ଜୟପୁର , 23 ଜୁଲାଇ (ହି.ସ.) କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱବଧାନରେ ଆଜି ନାରାୟଣପାଟଣା ବ୍ଲକର ମିଶନଶକ୍ତି ଗୃହ ପରିସରରେ ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା | ଉକ୍ତ କ୍ୟାମ୍ପରେ ମୋଟ 200 ରୁ ଉର୍ଦ୍ଧ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଥିଲା | ଶିଶୁମଙ୍ଗଳ ସମିତିର ତଦନ୍ତ ସମାପ୍ତ ପରେ ସେହି ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରାଯିବ | କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ ଏବଂ ଆଇସିଡିଏସ , ନାରାୟଣପାଟଣା ର ମିଳିତ ଆନୁକୂଲ୍ୟରେ ଉକ୍ତ କ୍ୟାମ୍ପର ଆୟୋଜନ କରାଯାଇଥିଲା | ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡା. ଗାୟତ୍ରୀ ଦେବୀ ଏବଂ ସଦସ୍ୟ ଶ୍ରୀ ସୁରେନ୍ଦ୍ର କରଣ ଏବଂ ସୁରେଶ କୁମାର ହୋତା ଉପସ୍ଥିତ ରହି ଶିଶୁ ମାନଙ୍କ ଉପସ୍ଥାପନା ନେଇଥିଲେ | ନାରାୟଣପାଟଣା ସିଡିପିଓ ଶ୍ରୀମତୀ ଆନନ୍ଦିନୀ ମହାନ୍ତି , ଆଇ ସି ଡି ଏସ ସୁପ୍ରଭାଇ ଜର , ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର କର୍ମକତ୍ତା,ଚାଇଲଡ ଲାଇଫ ଲାଇନ ର କର୍ମକର୍ତ୍ତା ଏବଂ ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ | ---------------
ହିନ୍ଦୁସ୍ଥାନ ସମାଚାର / ପିକେପି