
ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ବୀର ଚନ୍ଦ୍ର
ଶେଖର ଆଜାଦଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ଅଦମ୍ୟ କ୍ରାନ୍ତିକାରୀ ତଥା ଅମର ବୀର ଚନ୍ଦ୍ର ଶେଖର ଆଜାଦଙ୍କ
ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ତାଙ୍କର ଅପୂର୍ବ ସାହସ, ଦେଶପ୍ରେମ ଓ ବଳିଦାନର ଆଦର୍ଶ ସଦାସର୍ବଦା ରାଷ୍ଟ୍ରସେବା ପାଇଁ
ପ୍ରେରଣାଦାୟୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା