
ଧର୍ମଶାଳା,୨୩ଜୁଲାଇ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟକ କୋଠିଡିହ ଅଙ୍ଗନବାଡି ଗୃହରୁ କେହି ଦୃବୃତ ତାଲା ଭାଙ୍ଗି ଘରେ ଥିବା ଏକ ଗ୍ୟାସ ଟାଙ୍କି ଚୋରି କରି ନେଇ ଯାଇଥିବା ଜଣାପଡିଛି । ଆଜି ସକାଳେ ଅଙ୍ଗଳବାଡି କର୍ମୀ ଘର ଖୋଲିବା ପାଇ ଆସି ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘର ଭିରେ ଥିବା ଏକ ଗ୍ୟାସ ଟାଙ୍କିକୁ ଦୃବୃତମାନେ ନେଇ ଯାଇଥିବା ଜଣାପଡିଛି । ଅଙ୍ଗନବାଡି କର୍ମୀ ଏନେଇ ଗ୍ରାମବାସୀଙ୍କୁ ଜଣାଇ ଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯିବ ବୋଲି ଅଙ୍ଗନବାଡି କର୍ମୀ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ