
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଲୋକଙ୍କ ସରକାର ମହଙ୍ଗା ଭତା (ଡିଏ)ରେ ୫% ବୃଦ୍ଧି ଘୋଷଣା କରିଛନ୍ତି। ଏହି ବୃଦ୍ଧି ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ ଏବଂ କର୍ମଚାରୀମାନେ ଜୁଲାଇ ମାସର ଦରମା ସହ ବର୍ଦ୍ଧିତ ମହଙ୍ଗା ଭତା ପାଇବେ।
ଏହି ଜନହିତକର ନିଷ୍ପତି ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ସରକାରୀ କର୍ମଚାରୀଙ୍କ କଲ୍ୟାଣ ଓ ସେମାନଙ୍କ ଆର୍ôଥକ ସୁରକ୍ଷା ପ୍ରତି ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା