କାକୁଡିକୁଦ-ବ୍ରହ୍ମବରଦା ସେତୁରେ ଲାଗିଲା ହାଇମାକ୍ସ ଲାଇଟ୍
ଧର୍ମଶାଳା,୨୩ଜୁଲାଇ(ହି.ସ.) - ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଯାଜପୁର ଜିଲା ରସୁଲପୁର ଓ ଯାଜପୁର ବ୍ଲକକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ବିଜୁ ସେତୁ କାର୍ଯ୍ୟକ୍ଷମ ହୋଇଛି । ତେବେ ଏହି ସେତୁ ସ୍ଥାନୀୟ ୧୦ ଗୋଟି ପଂଚାୟତର ଜନସାଧାରଣଙ୍କ ମୁଖ୍ୟ ସେତୁ ଓ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତି ଦିନ ଶହ
କାକୁଡିକୁଦ-ବ୍ରହ୍ମବରଦା ସେତୁରେ ଲାଗିଲା ହାଇମାକ୍ସ ଲାଇଟ୍


ଧର୍ମଶାଳା,୨୩ଜୁଲାଇ(ହି.ସ.) - ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଯାଜପୁର ଜିଲା ରସୁଲପୁର ଓ ଯାଜପୁର ବ୍ଲକକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ବିଜୁ ସେତୁ କାର୍ଯ୍ୟକ୍ଷମ ହୋଇଛି । ତେବେ ଏହି ସେତୁ ସ୍ଥାନୀୟ ୧୦ ଗୋଟି ପଂଚାୟତର ଜନସାଧାରଣଙ୍କ ମୁଖ୍ୟ ସେତୁ ଓ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତି ଦିନ ଶହଶହ ଲୋକେ ଯାତାୟତ କରୁଛନ୍ତି । ଜନସାଧାରଣଙ୍କ ସୁରକ୍ଷର ଦୃଷ୍ଟିରୁ ଏହି ସେତୁ ଉପରେ ହାଇମାକ୍ସ ଲାଇଟ ଲଗାଇବାକୁ ସ୍ଥାନୀୟ ଲୋକେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏହାକୁ ଗୁରୁତର ସହ ନେଇ ଶ୍ରୀ ମହାପାତ୍ର ସେତୁର ଉଭୟ ପାଶ୍ୱର୍ରେ ୪ଟି ହାଇମାକ୍ସ ଲାଇଟ୍ ଲଗାଇବାର ବ୍ୟବସ୍ଥା କରିଥିଲେ । ଲାଇଟ୍ ଲାଗିବା ପରେ ସ୍ଥାନୀୟ ଲୋକେ ଯାତାୟତରେ ସୁବିଧା ଅନୁଭବ କରିବାରୁ ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande