ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ
କେନ୍ଦ୍ରାପଡ଼ା, 23 ଜୁଲାଇ (ହି.ସ.) ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହିତ ଖାଦ୍ୟ ସୁରକ୍ଷା, ଖାଉ
ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ


କେନ୍ଦ୍ରାପଡ଼ା, 23 ଜୁଲାଇ (ହି.ସ.) ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହିତ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଓ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ୟ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ୟ୍ୟ କରୁଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଘୠଝଇ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଝୠଝଝ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ବର୍ତ୍ତମାନ ହିତାଧିକାରୀମାନେ ପୁଣ୍ଡପିଛା ୧୦ କିଲୋଗ୍ରାମ ଚାଉଳ ପାଉଥିବା ବେଳେ ସରକାରଙ୍କ ଲକ୍ଷ୍ୟ ହେଉଛି ଏକ ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା।ମାନ୍ୟବର ମନ୍ତ୍ରୀ ସୁଭଦ୍ରା ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ କାର୍ୟ୍ୟକାରିତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ। ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ସେ ଖାଦ୍ୟ ଯୋଗାଣ, ଖାଉଟି ସୁରକ୍ଷା ଓ କୃଷକଙ୍କ ସ୍ୱାର୍ଥ ସହ ଜଡିତ ବିଭିନ୍ନ ବିଷୟର ସମୀକ୍ଷା କରିଥିଲେ। ବିଶେଷକରି ଓଜନ ଓ ପରିମାପ ବିଭାଗକୁ ନିୟମିତ ଯାଞ୍ଚ ଓ ଚଢ଼ାଉକୁ ଅଧିକ ଜୋରଦାର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପେଟ୍ରୋଲ ପମ୍ପ, ସୁନା ଦୋକାନ ଓ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରେ ଉପଭୋକ୍ତାମାନେ ଯେପରି ସଠିକ୍ ପରିମାଣ ଓ ଗୁଣବତ୍ତାର ସାମଗ୍ରୀ ପାଇପାରିବେ, ସେନେଇ ସଚେତନତା ସୃଷ୍ଟି କରିବା ସହ ନିୟମିତ ତଦାରଖ କରିବାକୁ ସେ ପରାମର୍ଶ ଦେଇଥିଲେ।ସେହିପରି, ଚାଷୀ ପଞ୍ଜିକରଣ କାର୍ୟ୍ୟକୁ ସ୍ୱଚ୍ଛ ଓ ସଠିକ୍ ଭାବେ ସମ୍ପନ୍ନ କରିବା, ପ୍ରକୃତ ଚାଷୀମାନେ ଯେପରି ସରକାରୀ ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବା ଏବଂ ଚାଷୀମାନଙ୍କୁ ଗୁଣାତ୍ମକ ସାର ସମୟାନୁସାରେ ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କୃଷକଙ୍କ ସ୍ୱାର୍ଥ ସୁରକ୍ଷା ଓ କୃଷି ଉତ୍ପାଦନ ବୃଦ୍ଧି ଦିଗରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।ଉକ୍ତ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande