
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ରାଉରକେଲା ମହାନଗର ନିଗମର ଡେପୁଟି କମିଶନରଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ଏକ ଶୋକବାର୍ତାରେ ସେ କହିଛନ୍ତି ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ଶ୍ରୀ ମେଥୋଡିଅସ୍ ଲାକ୍ରାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ଜନସେବା ପ୍ରତି ତାଙ୍କର ସମର୍ପଣ ଭାବ ଓ କର୍ତବ୍ୟପରାୟଣତା ସଦା ଆମ ମନରେ ଅମର ରହିବ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା